ମାଓବାଦୀଙ୍କ ଶୋଭାଯାତ୍ରା, ଜାରି କଲେ ମୀନପା ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରର ତାଜା ଚିତ୍ର ସହ ଡକ୍ୟୁମେଣ୍ଟାରୀ

ଛତିଶଗଡ଼ (କେନ୍ୟୁଜ ବ୍ୟୁରୋ): ମାଓବାଦୀଙ୍କ ବର୍ବରତା । ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜିଲ୍ଲାର ମୀନପା ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରର ତାଜା ଚିତ୍ର ସହ ମାଓ ସଂଗଠନ ପ୍ରସ୍ତୁତ କରିଛି ୧୨ ମିନିଟର ଡକ୍ୟୁମେଣ୍ଟାରୀ । ଯେଉଁଥିରେ ମୀନପା ଜଙ୍ଗଲରେ ଗୁଳି ବିନିମୟ ସମୟର କିଛି ମୋବାଇଲ୍‌ ଚିତ୍ର ରହିଛି । ଏଥିସହ ଏନ୍‌କାଉଣ୍ଟର ଶେଷ ହେବା ପରେ ସହିଦ ହୋଇଥିବା ଯବାନମାନେ କିଭଳି ଜଙ୍ଗଲରେ ପଡିରହିଛନ୍ତି ତାହାର ଭିଜୁଆଲ ମଧ୍ୟ ଏହି ଡକ୍ୟୁମେଣ୍ଟାରୀରେ ରହିଛି । ମାଓବାଦୀମାନେ ସେମାନଙ୍କ ପତିଆରା ଜାହିର କରିବା ସହ ଜଙ୍ଗଲରେ ଶହଶହ ମାଓବାଦୀଙ୍କୁ ନେଇ ଶୋଭାଯାତ୍ରା କରିବା ସହ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.