Below header

ପ୍ରଚାର ପାଇଁ କ୍ଷେତରେ ଗହମ କାଟିଲେ ହେମା ମାଳିନୀ, ଲୋକେ କହିଲେ ଏଠି ବି ଅଭିନୟ !

ନିର୍ବାଚନ ସମୟରେ ସବୁ ପ୍ରାର୍ଥୀ ଜୋରଦାର ଭାବରେ ପ୍ରଚାରରେ ଲାଗି ପଡିଛନ୍ତି। ବଲିଉଡ କଳାକାରମାନେ ଭୋଟ ମାଗିବା ପାଇଁ ଜନତାଙ୍କ ପାଖକୁ ଯାଉଛନ୍ତି। ଏମିତିରେ ଅଭିନେତ୍ରୀ ଏବଂ ଭାଜପା ପ୍ରାର୍ଥୀ ହେମା ମାଳିନୀ ସ୍ବତନ୍ତ୍ର ଭାବରେ ଭୋଟ ଭିକ୍ଷା କରୁଛନ୍ତି।
ହେମା ମଥୁରାର ଦେବସେରସ ଗାଁରେ ପହଁଚିଥିଲେ। ଯେଉଁଠି ତାଙ୍କୁ କ୍ଷେତରେ ଗହମ କାଟୁଥିବାର ଦେଖିବାକୁ ମିଳିଥିଲା। ହେମାଙ୍କର ଏହି ରୂପ ଦେଖି ଆଖପାଖରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ।

hemaaହେମା ମାଳିନୀ ନିଜର ଟ୍ବିଟର ଆକାଉଣ୍ଟରେ ନିର୍ବାଚନ ପ୍ରଚାରର ଫଟୋ ସେୟାର କରିଛନ୍ତି। ସେପଟେ ଏହି ଫଟୋରୁ କିଛି ଫାଇଦା ନେବା ଚକ୍କରରେ ହେମା ସିନା ଏହାକୁ ସୋସିଆଲ ମିଡିଆରେ ଛାଡ଼ିଥିଲେ ହେଲେ ତାଙ୍କ ଫଟୋକୁ ଦେଖି ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି ‘ହେମା ଜି’ ଗତ ପାଞ୍ଚ ବର୍ଷରେ ଆପଣଙ୍କୁ ଚାଷୀଙ୍କ କଥା ମନେ ପଡିଲା ନାହିଁ କିନ୍ତୁ ଏବେ ନିର୍ବାଚନ ଆସିବା କ୍ଷଣି ଆପଣ ଚାଲି ଆସିଲେ ଫଟୋ ଉଠେଇବାକୁ। କେତେ ଆଉ ଗରିବଙ୍କ ମଜାକ ଉଡେଇବେ ଆପଣମାନେ?

hemaଏହି ସମୟରେ ହେମା ଏକ ସିଫନ ସାଢ଼ୀ ପିନ୍ଧିଥିଲେ। ୟୁଜର୍ସଙ୍କୁ ସୁଯୋଗ ମିଳିଗଲା ଟ୍ରୋଲ କରିବାକୁ। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ‘ଶାଢ଼ୀର ଡିଜାଇନର କିଏ’ ? ଅଲଗା ରଙ୍ଗର ଶାଢ଼ୀ ପିନ୍ଧିବାର ଥିଲା।

ସେହଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ ‘ଏମିତି ଲାଗୁଛି ଆପଣ ଏବେ ବି ଅଭିନୟ କରୁଛନ୍ତି।’

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.