ଉତ୍କଳ ଦିବସରେ ଖୁସି ଖବର, କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ୟାଗ୍

ଭୁବନେଶ୍ବର : ଉତ୍କଳ ଦିବସରେ ଖୁସି ଖବର। କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ୟାଗ୍। କନ୍ଧମାଳ ଆପେକ୍ସ ସ୍ପାଇସେସ୍ ଆସୋସିଏସନ ଫର ମାର୍କେଟିଂ, କସମ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲା। ଗତବର୍ଷ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯାଇଥିଲା। ଆଜି ଉତ୍କଳ ଦିବସରେ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ୍ ମିଳିଛି। କନ୍ଧମାଳ ହଳଦୀରେ ଔଷଧୀୟ ଗୁଣ ଭରି ରହିଛି । କସମେଟିକ ପ୍ରସ୍ତୁତିରେ ମଧ୍ୟ ଏହାକୁ ହଳଦୀକୁ ବ୍ୟବହାର କରାଯାଏ । ହଳଦୀ ହେଉଛି କନ୍ଧମାଳ ଜିଲ୍ଲାର ପ୍ରମୁଖ ଅର୍ଥକାରୀ ଫସଲ । ଜିଲ୍ଲାର ୬୦ ହଜାରରୁ ଅଧିକ ପରିବାର ହଳଦୀ ଚାଷ କରିଥାଆନ୍ତି । ଏହାକୁ ଜିଆଇ ଟ୍ୟାଗ ମିଳିଥିବାରୁ କନ୍ଧମାଳ ଜିଲ୍ଲାରେ ଖୁସି ପ୍ରକାଶ ପାଇଛି ।