Below header

ଭାରତୀୟ ସୁରକ୍ଷା ବଳଙ୍କ ହାତରେ ହିଜ୍‌ବୁଲ୍‌ ମୁଖ୍ୟ ସୈଫୁଲ୍ଲା ନିହତ, ତିନି ବିଜେପି ନେତାଙ୍କ ହତ୍ୟା ପଛରେ ଥିଲା ହାତ

ନୂଆଦିଲ୍ଲୀ : କଶ୍ମୀର ଉପତ୍ୟାକାରେ ଆତଙ୍କୀ କାର୍ଯ୍ୟକଳାପର ମାଷ୍ଟର ମାଇଣ୍ଡ୍‌ ମୋଷ୍ଟ ଓ୍ଵାଣ୍ଟେଡ୍‌ ହିଜ୍‌ବୁଲ୍‌ ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ସୈଫୁଲ୍ଲା ଭାରତୀୟ ସୁରକ୍ଷାବଳଙ୍କ ହାତରେ ନିହତ ହୋଇଛି । ସୁରକ୍ଷାବଳଙ୍କ ହାତରେ ରିଆଜ୍‌ ନାଇକୁର ହତ୍ୟା ହେବା ପରେ ସୈଫୁଲ୍ଲା ହିଜ୍‌ବୁଲ୍‌ର ମୁଖ୍ୟ କମାଣ୍ଡର ଭାବେ ଅବସ୍ଥାପିତ ହୋଇଥିଲା ।

ବିଜେପିର ୩ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପଛରେ ସୈଫୁଲ୍ଲାର ହାତ ଥିଲା ବୋଲି ଜମ୍ମୁ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲ୍‌ବାଗ ସିଂହ ପ୍ରକାଶ କରିଛନ୍ତି । ସୂଚନାନୁଯାୟୀ ଭାରତୀୟ ସେନା ମାତ୍ର ୭୨ ଘଣ୍ଟା ମଧ୍ୟରେ ଏହି ଆତଙ୍କୀକୁ ହତ୍ୟା କରିଥିଲେ ।
ଏହି ଅଭିଯାନ ଆତଙ୍କବାଦ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି ।

hizbul-0

ଆତଙ୍କବାଦୀମାନଙ୍କ ସହ ‘ସ୍ପେସାଲ୍ ଅପରେସନ୍ ଗ୍ରୁପ୍’ ଏବଂ ‘ସିଆର୍ପିଏଫ୍’ର ମିଳିତ ଦଳଙ୍କର ଗୁଳି ବିନିମୟ ହୋଇଥିଲା। ରଙ୍ଗରେଥରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଥିଲେ। ତଲାସ ଚାଲିଥିବା ବେଳେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ।

ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା। ଘଟଣାସ୍ଥଳରୁ ଗୋଟିଏ ଏକେ-୪୭, ଗୋଟିଏ ପିସ୍ତଲ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ଚଳିତ ବର୍ଷ ଜମ୍ମୁ କଶ୍ମୀରରୁ ୨୦୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.