Below header

ଆଇପିଏଲ୍‌ ୨୦୨୦ : ବିଜୟ ସହ ବିଦାୟ ନେଲା ପୂର୍ବତନ ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗସ

ଆବୁଧାବି : ଓପ୍ନର ଋତୁରାଜ ଗାଏକଓ୍ଵାଡ଼, ଫାଫ୍‌ ଡୁ ପ୍ଲେସିସ୍‌ ଏବଂ ଅମ୍ବାତି ରାୟୁଡୁ ଏହି ତିନି ଜଣ ମିଶି ଆଜି ଚେନ୍ନାଇ ସୁପର କିଙ୍ଗସକୁ କିଙ୍ଗସ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ବିଜୟୀ କରାଇଛନ୍ତି । ଚଳିତ ଆଇପିଏଲ୍‌ ୨୦୨୦ର ଏକ ଗୁରୁତ୍ୱହୀନ ମ୍ୟାଚ୍‌ରେ ଚେନ୍ନାଇ ୯ ଓ୍ଵିକେଟ୍‌ରେ ଜିତିଛି ।
ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା । ବ୍ୟାଟିଂ ଆରମ୍ଭ କରି ପଞ୍ଜାବ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୫୩ ରନ୍‌ କରିଥିଲା । ଦୀପକ ହୁଡା ସର୍ବାଧିକ ୬୨ ରନ୍‌ କରିଥିଲେ । ଲୁଙ୍ଗିଏନଗିଡି ୩ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ପରେ ଚେନ୍ନାଇ ଟିମ୍‌ ୧୮.୫ ଓଭର୍‌ରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା । ଋତୁରାଜ ଗାଏକଓ୍ଵାଡ଼ ୪୯ ବଲ୍‌ରେ ଅପରାଜିତ ୬୨, ଫାଫ୍‌ ଡୁ ପ୍ଲେସିସ୍‌ ୪୮ ରନ୍‌ ଏବଂ ଅମ୍ବାତି ରାୟୁଡୁ ଅପରାଜିତ ୩୦ ରନ୍‌ କରିଛନ୍ତି ।
ଆଜିର ମ୍ୟାଚ୍‌ ସହ ଉଭୟ ଦଳର ଅଭିଯାନ ଶେଷ ହୋଇଛି । ଏହି ବିଜୟ ସହ ଚେନ୍ନାଇ ମୋଟ୍‌ ୧୨ ପଏଣ୍ଟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ରହିଛି । ଦଳ ମୋଟ୍‌ ୧୪ଟି ମ୍ୟାଚ୍‌ ଖେଳି ୬ଟି ବିଜୟ ଓ ୮ଟି ପରାଜୟ ଲାଭ କରିଛି । ପଞ୍ଜାବ ଦଳ ସମାନ ସଂଖ୍ୟକ ମ୍ୟାଚ୍‌ ଚେନ୍ନାଇ ଭଳି ୬ଟି ବିଜୟ ଓ ୮ଟି ପରାଜୟ ଲାଭ କରିଥିଲେ ମଧ୍ୟ ତାଲିକାର ପଞ୍ଚମ ସ୍ଥାନରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.