କୋଭିଡ ହସ୍ପିଟାଲ ଭିତରେ କରୋନା ରୋଗୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଢେଙ୍କାନାଳ: କରୋନା ରୋଗୀଙ୍କ ଆତ୍ମହତ୍ୟା । ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ବୃଦ୍ଧା ଜଣଙ୍କ ଚାରି ଦିନ ତଳେ କରୋନା ଚିହ୍ନଟ ହୋଇ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେ ଆଜି ହସ୍ପିଟାଲ ପରିସରରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.