Below header

ରାଟ୍‌ ହୋଲ୍‌ ମାନର୍‌ କଣ ? ଆସନ୍ତୁ ଜାଣିବା କିପରି କରନ୍ତି ଖନନ କାର୍ଯ୍ୟ

ରାଟ୍‌ ହୋଲ୍‌ ମାନର୍‌ କଣ ? ଏହା ଦ୍ୱାରା କିପରି ଉଦ୍ଧାର ପାଇବେ ଶ୍ରମିକ । ତେବେ ଆସନ୍ତୁ ଜାଣିବା ରାଟ୍‌ ହୋଲ୍‌ ମାନର୍‌ କଣ ?

ଉତ୍ତରକାଶୀ ଟନେଲ ତଳୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର୍ ପ୍ରୟାସ ।ଫେଲ୍‌ ମାରିଲା ବଡ଼ ବଡ଼ ମେସିନ୍‌ । କମାଲ୍‌ ଦେଖାଇଲା ରାଟ୍‌- ହୋଲ୍‌ ମାନର୍‌ । ଦୀର୍ଘ ୧୭ ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇବେ ଶ୍ରମିକ । ଦେଖିବେ ସୂର୍ଯ୍ୟର ଆଲୋକ। ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ରାଟ୍‌ ହୋଲ୍‌ ମାନର୍‌ କଣ ? ଏହା ଦ୍ୱାରା କିପରି ଉଦ୍ଧାର ପାଇବେ ଶ୍ରମିକ । ତେବେ ଆସନ୍ତୁ ଜାଣିବା ରାଟ୍‌ ହୋଲ୍‌ ମାନର୍‌ କଣ ?

ରାଟ୍-ହୋଲ୍ ମାଇନିଂ କହିଲେ ଏକ ମୂଷା ଗାତ ଭଳି । ପୂର୍ବରୁ ଏହି ପଦ୍ଧତିରେ କୋଇଲା ବାହାର କାରାଯାଉଥିଲା। ଏଥିରେ ଯେଉଁମାନେ ସିଦ୍ଧହସ୍ତ, ସେମାନଙ୍କୁ କହନ୍ତି ରାଟ୍-ହୋଲ୍ ମାଇନର୍ ବା ରାଟ୍ ମାଇନର୍ । ବିନା କୌଣସି ଯନ୍ତ୍ର ବ୍ୟବହାରରେ, ହାତରେ ପଥର ଖୋଳିଖୋଳି ଅତି ସଂକୀର୍ଣ୍ଣ ଗର୍ତ୍ତ ବା ସୁଡ଼ଙ୍ଗ ତିଆରି କରନ୍ତି ରାଟ୍-ହୋଲ୍ ମାଇନର୍। ଏହି ଗର୍ତ୍ତ ଖୋଳିବା ପାଇଁ ବ୍ୟବହାର ହୁଏ କେବଳ ଗଇଁତି, ବେଲଚା ଓ ଝୁଡ଼ି । ଏହା ଖୁବ୍ ମନ୍ଥର ଓ ଶ୍ରମବହୁଳ କାର୍ଯ୍ୟ । ଏହି ୪ ଫୁଟର ସୁଡ଼ଙ୍ଗ ଭିତର ଦେଇ କେବଳ ଜଣେ ଲୋକ ଯାଇପାରିବେ ।

ଏବେ ରାଟ୍-ହୋଲ୍ ମାଇନର ଉତ୍ତରକାଶୀ ଟନେଲ୍ ଅପରେସନର ଗୁରୁତ୍ୱର୍ଣ୍ଣ କାର୍ଯ୍ୟ କରୁଛନ୍ତି । ସିଲକ୍ୟାରା ପଟୁ ବାକି ଥିବା ୧୦ରୁ ୧୨ ମିଟର ପଥର ଖୋଳିବା ପାଇଁ ୨୪ ଜଣ ରାଟ୍-ମାଇନର୍ ୩ଟି ସିଫ୍ଟରେ କାର୍ଯ୍ୟ କରୁଛନ୍ତି । ମାଇନରମାନେ ୮ଶହ ମିଲିମିଟର ଓସାରର ପାଇପରେ ପଶି ପଥର ଖୋଳି ବାହାରୁଥିବା ପଥରଖଣ୍ଡକୁ ଝୁଡ଼ିରେ ଆଣି ବାହାରେ ପକାଇବେ ।
ତେବେ ଆଉ କିଛି କ୍ଷଣର ଅପେକ୍ଷା । ଉଦ୍ଧାର ପାଇବେ ସମସ୍ତ ଶ୍ରମିକ । ଟନେଲ ବାହାରେ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ଘଟଣା ସ୍ଥଳରେ ବାୟୁସେନାର ଚିନୁକ ହେଲିକପ୍ଟର ପ୍ରସ୍ତୁତ ରହିଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.