ହାତ ପାଆନ୍ତାରେ ବ୍ୟାଙ୍କ ସେବା, ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହାତ ପାଆନ୍ତାରେ ବ୍ୟାଙ୍କ ସେବା । ଆମ ବ୍ୟାଙ୍କ ସେବାର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୭୫୦ CSP ପ୍ଲସ୍ ଶାଖାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪ ହଜାର ୩ ଶହରୁ ଅଧିକ ବ୍ୟାଙ୍କ ନଥିବା ପଞ୍ଚାୟତରେ CSP ପ୍ଲସ୍ ଶାଖା ରହିବ।

ଯେଉଁଥିରେ ବୃଦ୍ଧ ଓ ଗର୍ଭବତୀ ଏବଂ ଭିନ୍ନକ୍ଷମଙ୍କ ପାଇଁ ଡୋରଷ୍ଟେପ୍ ସେବା ମିଳିବ। ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଏଥିରେ ଗ୍ରାମାଞ୍ଚଳର ଲକ୍ଷ ଲକ୍ଷ ଲୋକ ହେବେ ଉପକୃତ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ନ ଥିବାରୁ ଲୋକମାନେ ଦୂର ବାଟକୁ ଯାଇ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ । ଯେଉଁଥିରେ ସେମାନଙ୍କୁ ବିଭିନ୍ନ ଅସୁବିଧା ଭୋଗିବାକୁ ପଡୁଥିଲା।

ବିଭିନ୍ନ ସମୟରେ ଲୋକେ ହଇରାଣ ମଧ୍ୟ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ । ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ମିଳିବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ବ୍ୟାଙ୍କିଂ ସେବା ଉପଲବ୍ଧ ହେବ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.