Below header

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ ମାମଲାରେ ତେଜିଲା ରାଜନୈତିକ ଯୁଦ୍ଧ, ନୱାବଙ୍କ ବିରୋଧରେ ଶହେ କୋଟିର ମାନହାନି ମକଦ୍ଦମା

ନୂଆଦିଲ୍ଲୀ : ମୁମ୍ବାଇ ଡ୍ରଗ୍ସ କ୍ରୁଜ ଲିଙ୍କ ମାମଲାରେ ଜେଲରୁ ଘରକୁ ଫେରିଛନ୍ତି ଆର୍ଯ୍ୟନ। କିନ୍ତୁ ଥମୁନି ବିବାଦ। ଏନସିପି ନେତା ନୱାବ ମଲ୍ଲିକଙ୍କ ବିରୋଧରେ ଶହେ କୋଟିର ମାନହାନି ମାମଲା ରୁଜୁ। ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ଅଧ୍ୟକ୍ଷ ମୋହିତ କମ୍ବାଞ୍ଜେ କରିଛନ୍ତି ମାନହାନି ମକଦ୍ଦମା। ଡ୍ରଗ୍ସ ମାମଲାରେ ଗୋଟିଏ ପରେ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଅଛନ୍ତି ନୱାବ ମଲ୍ଲିକ।

ପ୍ରଥମେ ଏନସିପି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ଓ ପରେ ବିଜେପି ବିରୋଧରେ ଅଭିଯୋଗ ଆଣିବା ପରେ ତେଜିିଛି ରାଜନୈତିକ ଯୁଦ୍ଧ। ମୁମ୍ବାଇ ଡ୍ରଗ୍ସ କେସରେ ଲଗାତାର ତାଙ୍କ ପରିବାରକୁ ଟାର୍ଗେଟ କରିଥିବା ଅଭିଯୋଗ ଆଣି ଶହେ କୋଟିର ମାନହାନି ମକଦ୍ଦମା ରୁଜୁ କରିଛନ୍ତି ମୋହିତ। ପୂର୍ବରୁ ଅକ୍ଟୋବର ୯ତାରିଖରେ ସେ ନୱାବଙ୍କୁ ଲିଗାଲ ନୋଟିସ ପଠାଇଥିଲେ।

ଏହା ସତ୍ତ୍ୱେ ନୱାବ ପୁଣି ତାଙ୍କ ପରିବାର ବିରୋଧରେ ଡ୍ରଗ୍ସ ମାମଲାରେ ସଂପୃକ୍ତି ଆଣିବାକୁ ସେ ମକଦ୍ଦମା ରୁଜୁ କରିଛନ୍ତି। ବିନା ପ୍ରମାଣ ଆଧାରରେ ନୱାବ ଅଭିଯୋଗ ଆଣି ସମ୍ମାନ ଓ ପ୍ରତିଷ୍ଠା ଉପରେ ଆଞ୍ଚ ଆଣିଥିବା ମକଦ୍ଦମାରେ ଦର୍ଶାଇଛନ୍ତି। ଅକ୍ଟୋବର ୨ରେ କୋର୍ଡେଲିଆରେ ଏନସିବି ଚଢଉ ପରେ ୧୧ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ଛାଡ଼ିଦିଆଯାଇଥିଲା। ସେ ୩ଜଣଙ୍କ ମଧ୍ୟରେ ମୋହିତଙ୍କ ଶଳା ରହିଥିବା ଅଭିଯୋଗ ଆଣିଛନ୍ତି ନୱାବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.