ସିବିଆଇ ବିବାଦ ମାମଲା : ଆଇବି ଅଫିସରଙ୍କୁ ଦୁର୍ବ୍ୟବହାର ନେଇ ଏନ୍ଏସ୍ଏ ଅଜିତ୍ ଡୋଭାଲଙ୍କ ନିକଟରେ ଅଭିଯୋଗ

ନୁଆଦିଲ୍ଲୀ (କେନ୍ୟୁଜ୍) : ଆଲୋକ ବର୍ମାଙ୍କ ଘର ବାହାରେ ଆଇବି ଅଫିସରଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଇବି ଚିଫ୍, ଏନ୍ଏସ୍ଏ ଅଜିତ୍ ଡୋଭାଲଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେପଟେ ଆଲୋକ ବର୍ମାଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ଦୁଇ ଜଣ ପିଏସ୍ଓଙ୍କୁ ବଦଳି କରିଛି ଦିଲ୍ଲୀ ପୋଲିସ । କୌଣସି ଅଜ୍ଞାତ ସ୍ଥାନକୁ ଦୁଇ ଜଣଙ୍କୁ ବଦଳି କରାଯାଇଛି । ଛୁଟିରେ ଯାଇଥିବା ଆଲୋକ ବର୍ମାଙ୍କ ଘର ବାହାରୁ ୪ ଜଣ ଆଇବି ଅଫିସରଙ୍କୁ ଧରିଥିଲେ ଆଲୋକ ବର୍ମାଙ୍କ ସୁରକ୍ଷା କର୍ମୀ । ସେମାନଙ୍କ କଲର ଧରି ଘୋସାଡି ଘୋସାଡି ଭିତରକୁ ନେଇ ଯାଇଥିଲେ । ଦୀର୍ଘ ସମୟ ଧରି ଦିଲ୍ଲୀ ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲା । ଏମାନେ ଆଲୋକ ବର୍ମାଙ୍କ ଜାସୁସୀ କରୁଥିବା କୁହାଯାଇଥିଲା । ତେବେ ସେମାନେ ରୁଟିନ୍ ଡ୍ୟୁଟିରେ ଥିବା ଆଇବି ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.