Below header

ଢେଙ୍କାନାଳ : ଏକାସାଙ୍ଗରେ ଟଳିପଡିଲେ ୭ ହାତୀ

ଢେଙ୍କାନାଳ (କେନ୍ୟୁଜ୍) : ଏକାସାଙ୍ଗରେ ଟଳିପଡିଲେ ୭ ହାତୀ । ବିଦ୍ୟୁତ୍ ତାର ଲାଗି ହାତୀ ମାନଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ କମଳାଙ୍ଗ ଗାଁ ନିକଟରେ ଏହି ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀମାନଙ୍କ ମୃତ୍ୟୁ ହୋଇଛି । ଅଳ୍ପ ଉଚ୍ଚରେ ତାର ଟଣା ଯାଇଥିବାରୁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ବିଲ ମଝିରେ ହାତୀ ଗୁଡିକ ମରି ପଡିଛନ୍ତି । ହାତୀ ପଲରେ ୧୩ଟି ହାତୀ ଥିଲେ । ଅନ୍ୟ ୬ଟି ହାତୀ ଜଙ୍ଗଲକୁ ପଳାଇଯାଇଛନ୍ତି । ପରଜଙ୍ଗ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

୭ ହାତୀ ମୃତ୍ୟୁ ଘଟଣାରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି CESU ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ସାଦ୍ଦିକ ଆଲାମ । ପ୍ରାଥମିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଟିମ୍ ପଠାଯାଇଛି। ସେମାନେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ରିପୋର୍ଟ ଦିଆଯିବ। ଏହି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି CESU ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.