ଆଜି ପୁନେରେ ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ

ଆଜି ଭାରତ-େଓ୍ଵଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ । ପୁନେରେ ମୁହାଁମୁହିଁ ହେବେ ଦୁଇ ଦଳ । ଦିନ ସାଢେ ଗୋଟଏରେ ମ୍ୟାଚ ଖେଳାଯିବ । ୫ ଟିକିଆ ଦିନିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି ଭାରତ । ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ ୮ ଓ୍ଵିକେଟ୍ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ସେହିପରି ଦ୍ୱିତୀୟ ଦିନିକିଆ ରୋମାଞ୍ଚକ ସ୍ଥିତିରେ ଡ୍ର ରହିଥିଲା । ଆଜି ୨-୦ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ସେହିପରି ବିଜୟରୁ ଅଳ୍ପକେ ବଞ୍ଚିତ ହୋଇଥିବା ଭ୍ରମଣକାରୀ ଦଳ ମ୍ୟାଚ ଜିତି ସ୍ଥିତି ବରାବର କରିବାକୁ ଚାହିଁବ । ବିଶ୍ରାମ ପରେ ଟିମକୁ ଫେରିଥିବା ଭୁବନେଶ୍ୱର କୁମାର ଓ ଯଶମିତ ବୁମରା ଆଜିର ମ୍ୟାଚରେ ଖେଳିବାର ସମ୍ଭାବନା ରହିଛି । ସେହିପରି ୱେଷ୍ଟଇଣ୍ଡିଜ୍ ଟିମରେ କିଛି ପରିବର୍ତ୍ତନର ଆଶା ରହିଛି । ଗତ ଦୁଇଟି ମ୍ୟାଚରେ ଦଳ ୩୦୦ରୁ ଅଧିକ ରନ କରିଥିବାରୁ ଟିମର ମନବଳ ଦୃଢ ରହିଛି ।