ନିଶା ବଟିକା ଚାଲାଣ ଅଭିଯୋଗରେ ୫ ଗିରଫ

ସମ୍ବଲପୁର (କେନ୍ଯୁଜ୍) : ନିଶା ବଟିକା ଓ କଫ୍ ସିରପ୍ ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସମ୍ବଲପୁର ଅଇଁଠାପାଲି ଥାନା ପୋଲିସ୍ । ସେମାନଙ୍କ ଠାରୁ ୯୨୦ଟି ନିଶା ବଟିକା ଓ କଫ ସିରଫ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ରାଜଗାଙ୍ଗପୁର ଗଣେଶ ମେଡିସିନ ଷ୍ଟୋରର ମାଲିକ ଥିବା ଜଣାପଡିଛି । ସମ୍ବଲପୁରରେ ନିଜର ଏଜେଣ୍ଟ ଜରିଆରେ ନିଶା ବଟିକା ଓ କଫ ସିରଫର ବ୍ୟବସାୟ କରୁଥିଲା ମେଡିସିନ ଷ୍ଟୋର ମାଲିକ । ଖବର ପାଇ ଏକ ସ୍ୱତନ୍ତ୍ର ଟିମ୍ ସିଟି ସ୍କୁଲ ପଛପଟୁ ଏମାନଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.