Below header

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆସନ୍ତା ୨୯ ତାରିଖ ଚାନ୍ଦବାଲି ବନ୍ଦ ନିଷ୍ପତ୍ତି

ଭଦ୍ରକ (କେନ୍ୟୁଜ୍) : ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆସନ୍ତା ୨୯ ତାରିଖ ଚାନ୍ଦବାଲି ବନ୍ଦ ନିଷ୍ପତ୍ତି । ଚାନ୍ଦବାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ବନ୍ଦ ଡାକରାକୁ ଚାନ୍ଦବାଲି ବ୍ଳକର ସମସ୍ତ ଜନ ସାଧାରଣ ପୁର୍ଣ୍ଣ ସମର୍ଥନ ଜଣାଇବାକୁ ଅନୁରୋଧ କରିଛି କମିଟି । ଏହି ସମ୍ମିଳନୀରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ବନ୍ଦ ବେଳେ କେବଳ ଆମ୍ବୁଲାନ୍ସ ସେବାକୁ ବାଦ ଦେଲେ ଗାଡି ଚଳାଚଳଠୁ ଆରମ୍ଭ କରି ସମସ୍ତ ସରକାରି ଓ ବେସରକାରୀ ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.