Below header

ଅନୁଗୁଳ : ବାରମ୍ବାର ଖସି ଯାଉଛି ସୁନ୍ଦରୀ, ଚିନ୍ତାରେ ବନବିଭାଗ

ଅନୁଗୁଳ (କେନ୍ୟୁଜ୍) : ବାରମ୍ବାର ଖସି ଯାଉଛି ସୁନ୍ଦରୀ । ସାତକୋଶିଆରେ ବାଘୁଣୀକୁ କାବୁ କରିବା ନେଇ ଚିନ୍ତାରେ ବନବିଭାଗ । ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଅଭୟାରଣ୍ୟରେ ଉଦ୍ୟମ ଜାରି ରଖିଛନ୍ତି ବିଶେଷଜ୍ଞ ଟିମ୍ । ବାରମ୍ବାର ଫେଲ୍ ମାରୁଛି ମିଶନ୍ । ତେଣୁ ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟରୁ ଦୁଇ ଜଣିଆ ବିଶେଷଜ୍ଞ ଟିମ୍ ଆସୁଛନ୍ତି । ଏହି ଟିମ୍ ଆଜି ପହଞ୍ଚିବେ । ଦୁଇ ଟିମର ମୁଖ୍ୟ ଅଛନ୍ତି ସନ୍ଦୀପ ଅଗ୍ରଓ୍ଵାଲ ଓ ଆଖିଲେଶ ମିଶ୍ର । ସେହିପରି ବାଘୁଣୀକୁ କାବୁ କରିବା ପାଇଁ ସୁନାବେଡ଼ାରୁ ଆଉ ଏକ ଜନ୍ତା ମଗା ଯାଇଛି । ନୂଆ କୌଶଳରେ ବାଘୁଣୀକୁ କାବୁ କରାଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି । ଗତ ଦୁଇ ଦିନ ହେବ ବାଘୁଣୀ ସାତକୋଶିଆ ବାଘମୁଣ୍ଡା ଓ ବାଘମୁଣ୍ଡା ଜଙ୍ଗଲରେ ଥିବା ଜଣା ପଡ଼ିଥିଲା । ସେପଟେ ସୁନ୍ଦରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାଘୁଣୀକୁ ତୁରନ୍ତ ଟ୍ରାଙ୍କୁଲାଇଜ କରିବାକୁ ସେମାନେ ଦାବି ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.