Below header

ଖୁସି ଖବର ଦେଲା ICMR: କରୋନା ଭାଇରସ୍‌ର ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟରୁ ରକ୍ଷା କରିବ କୋଭାକ୍ସିନ୍‌

ଭାରତରେ କରୋନାର ତୃତୀୟ ଲହରୀ ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି। ବିଶେଷଜ୍ଞଙ୍କ କହିବାନୁସାରେ, ଅଗଷ୍ଟ ମାସରେ ହିଁ ତୃତୀୟ ଲହରୀ ଭାରତ ଛୁଇଁପାରେ। ଇତି ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଇଣ୍ଡିଆନ୍‌ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ଏକ ରିସର୍ଚ୍ଚର ଷ୍ଟଡି ରିପୋର୍ଟରେ ଦାବି କରିଛି ଯେ ଭାରତ ବାୟୋଟେକ୍‌ର ଭ୍ୟାକ୍‌ସିନ୍‌ ‘କୋଭାକ୍ସିନ୍‌’ କରୋନା ଭାଇରସ୍‌ର ଡେଲ୍‌ଟା ପ୍ଲସ୍‌ ଭ୍ୟାରିଏଣ୍ଟ ବିରୋଧରେ ଅଧିକ ପ୍ରଭାବଶାଳୀ।

ପୂର୍ବରୁ ଭାରତ ବାୟୋଟେକ୍‌ କହିଥିଲା ଯେ କରୋନା ଭାଇରସ୍‌ ବିପକ୍ଷରେ କୋଭାକ୍ସିନ୍‌ର ପ୍ରଭାବ ୭୭.୮ ପ୍ରତିଶତ ଓ ନୂଆ ଡେଲ୍‌ଟା ଭାରିଏଣ୍ଟ ବିପକ୍ଷରେ ୬୫.୨ ପ୍ରତିଶତ। ସେହିପରି କରୋନାର ଗମ୍ଭୀର ଲକ୍ଷଣ ଥିବା ମାମଲାରେ କୋଭାକ୍ସିନ୍‌ ୯୩.୪ ପ୍ରତିଶତ ପ୍ରଭାବଶାଳୀ ବୋଲି ଭାରତ ବାୟୋଟେକ୍‌ ସୂଚନା ଦେଇଥିଲା।

ଏହା ପରେ ନିକଟରେ ହୋଇଥିବା ଷ୍ଟଡି ରିପୋର୍ଟରେ କୁହାଯାଇଛି ଯେ ଡେଲ୍‌ଟା ଭ୍ୟାରିଏଣ୍ଟ ବିରୋଧରେ କୋଭାକ୍ସିନ୍‌ ଅଧିକ ପ୍ରଭାବଶାଳୀ। ଏଣୁ କୋଭାକ୍ସିନ୍‌ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଡେଲ୍‌ଟା ଭାଇରସ୍‌ର ପ୍ରଭାବ କମ୍‌ ରହିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.