ଦେଶ ଖୁସି ଲୋକେ ଖୁସି, ୪୧ ବର୍ଷର ନିରାଶା ପରେ ଅଲିମ୍ପିକରେ ହକି ପଦକ ଆଶାରେ ସମସ୍ତେ

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ଇତିହାସ ରଚି ଦେଶକୁ ଗର୍ବିତ କରିଛି। ଭାରତୀୟ ପୁରୁଷ ହକି ଟିମ୍ ୪୧ ବର୍ଷ ପରେ ଅଲମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତୀୟ ହକି ଟିମର ଏହି ବିଜୟ ଦର୍ଶକ ଓ ହକି ଫ୍ୟାନସଙ୍କ ହୃଦୟ ତରଳାଇ ଦେଇଛି । ଅଗଷ୍ଟ ୧ରେ ଖେଳା ଯାଇଥିଲା କ୍ୱାର୍ଟର ଫାଇନାଲ ମ୍ୟାଚ୍ । ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ବିଜୟ ପତାକା ଉଡ଼ାଇ ଥିଲା ଭାରତ।

ଭାରତୀୟ ହକି ଖେଳାଳୀ ଦିଲ୍ ପ୍ରିତ୍ ସିଂ, ଗୁର୍ ଜନ୍ତ୍ ସିଂ ଏବଂ ହାର୍ଦ୍ଧିକ ସିଂଙ୍କ ପ୍ରଦର୍ଶନ ତାଜୁବ କରିଥିଲା ହକି ପ୍ରେମୀଙ୍କୁ। ମ୍ୟାଚ୍ ଜିତିବା ପରେ ଭାରତୀୟ ଟିମ୍ କାନ୍ଦି ପକାଇଥିଲେ । କାରଣ ଏହା କେବଳ ଖେଳାଳିଙ୍କ ବିଜୟ ନଥିଲା, ଏହା ଥିଲା ଭାରତ ପାଇଁ ବଡ ଦିନ। କେବଳ ଖେଳାଳି ନୁହେଁ, ଟିଭିରେ ମ୍ୟାଚ୍ ଦେଖୁଥିବା ଦର୍ଶକଙ୍କ ଆଖିରେ ଲୁହ ମନରେ ଥିଲା କୋହ ।

ସେତିକି ନୁହେଁ, ମ୍ୟାଚ୍ ର ଲାଇଭ୍ କମେଣ୍ଟ୍ରୀ କରୁଥିବା କମେଣ୍ଟେଟରମାନେ ବି ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଆଉ ଏହି ଲୁହ ଥିଲା ଖୁସିର ଲୁହ। କମେଣ୍ଟେଟର ସୁନିଲ୍ ତାନେଜା, ସିଦ୍ଧାର୍ଥ ପାଣ୍ଡେ ଲାଇଭ ଟିଭିରେ ହିଁ କାନ୍ଦି ପକାଇଲେ। ଭାରତୀୟ ହକି ଟିମ୍ ର ପ୍ରଶଂସା କରି ବାକ୍ ରୁଦ୍ଧ ହେଉଥିଲେ ଦୁଇ କମେଣ୍ଟେଟର । ଥରୁଥିବା କଣ୍ଠରେ କହିଲେ ଭାରତୀୟ ଟିମ୍ ପାଇଁ କହିଲେ \”ଏହା ଖୁସିର ସମୟ। ଏହା ଶୁଭେଚ୍ଛା ଦେବାର ସମୟ । ଭାରତ ଗ୍ରେଟ୍ ବ୍ରିଟେନକୁ ହରାଇ ଦେଇଛି । ଏଷ୍ଟ୍ରୋଟର୍ଫ୍ ଭଳି ହକିରେ ଅଲମ୍ପିକ୍ସରେ ଖେଳି ପ୍ରଥମ ଥର ହରାଇଛି। ୧୯୮୦ପରେ ପ୍ରଥମ ଥର ସେମିଫାଇନାଲରେ ଜାଗା ତିଆରି କରିଛି ।

 

hockey

 

ଭାରତୀୟ ହକି ଟିମ୍ ଦେଶର ଛାତି ଚଉଡ଼ା କରିଦେଇଛି । ୪୧ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଗୋଟେ ଲମ୍ବା ଅପେକ୍ଷା ପରେ ଅଲମ୍ପିକ୍ସରେ ସେମିଫାଇନାଲ ଖେଳିବ ଭାରତ। ୧୯୨୮ ମସିହା ମେ ୧୭ରେ ଆମଷ୍ଟରଡ଼ମରେ ଖେଳାଯାଇଥିଲା ମ୍ୟାଚ୍, ଧ୍ୟାନଚାନ୍ଦ ଜିତାଇ ଦେଇଥିଲେ ମ୍ୟାଚ୍। ଅଲମ୍ପିକ୍ସରେ ପ୍ରଥମ ଥର ଜିତି ଦେଶର ମୁଣ୍ଡ ଉପରକୁ କରିଥିଲା ଭାରତ। ୧୯୩୨ ଲସ ଆଞ୍ଜେଲସ୍ ରେ ଅଲିମ୍ପିକ୍ସ ଜିତି ଦ୍ଵିତୀୟ ଥର ପାଇଁ ଭାରତୀୟ ଟିମ୍ ଦେଶକୁ ଗର୍ବିତ କରାଇଥିଲା । ୧୯୩୬ ରେ ୟୁଏସ ବର୍ଲିନ୍ ରେ ଖେଳାଯାଇଥିବା ମ୍ୟାଚରେ ବହୁତ୍ ମ୍ୟାଜିକ୍ ଦେଖିବାକୁ ମିଳିଲା । ଏହି ସମୟରେ ହିଟଲର ଭାରତୀୟ ଦଳକୁ ନିଜ କବଜାକୁ ନେବାକୁ ଚାହୁଁଥିଲେ । ୧୯୪୮, ୧୨ ଅଗଷ୍ଟରେ ଖେଳା ଯାଇଥିଲା ଚତୁର୍ଥ ଅଲମ୍ପିକ୍ସ ହକି ମ୍ୟାଚ୍ । ଯାହାକୁ ନିଜ ନାଁରେ କରି ନେଇଥିଲା ଭାରତ । ସ୍ୱାଧୀନତାର ଠିକ୍ ବର୍ଷେ ପରେ ଅଲିମ୍ପିକ୍ସ ହକି ମ୍ୟାଚ୍ ଜିତି ସାରା ବିଶ୍ୱରେ ଟେକ ରଖିଥିଲା ।

୧୯୫୨ ହେଲସିଙ୍କି ଅଲିମ୍ପିକ୍ସରେ ପଞ୍ଚମ ଥର ପାଇଁ ଭାରତୀୟ ହକି ଟିମ୍ ଜିତି ଥିଲା ସ୍ୱର୍ଣ୍ଣ ପଦକ । କେଡି ସିଂହ ବାବୁ, ବଲବିର ସିଂ ମ୍ୟାଚ୍ କୁ ନିଜ କବଜାକୁ ଆଣିଥିଲେ । ୧୯୫୬, ପାକିସ୍ତାନ ବିରୋଧରେ ଖେଳା ଯାଇଥିଲା ଷଷ୍ଠ ହକି ଫାଇନାଲ ମ୍ୟାଚ୍। ମେଲବର୍ଣ୍ଣ ଠାରେ ଭାରତୀୟ ଦଳ ମାତ ଦେଇଥିଲା ପାକିସ୍ତାନକୁ । ୧୯୬୪ରେ ଟୋକିଓ ଅଲିମ୍ପିକ୍ସରେ ସପ୍ତମ ଥର ସ୍ଵର୍ଣ ପଦକ ଜିତିଥିଲା ଭାରତୀୟ ହକି ଟିମ୍।

୧୯୮୦ ମସ୍କୋ ଠାରେ ଭାରତୀୟ ହକି ଟିମ୍ ଖେଳିଥିଲା ଅଲିମ୍ପିକ୍ସ ଫାଇନାଲ ମ୍ୟାଚ୍ ଆଉ ଜିତିଥିଲା ମଧ୍ୟ । ତା ପରଠାରୁ ଅଲିମ୍ପିକ୍ସରେ ସେମିଫାଇନାଲ ପ୍ରବେଶ କରି ପାରି ନଥିଲା ଭାରତ । ଏବେ ଭାରତୀୟ ହକି ଟିମ୍ ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲ ଖେଳିବ । ସମୁଦାୟ ଆଠ ଥର ଗୋଲ୍ଡ ମେଡାଲ ଜିତି ସାରିଥିବା ଭାରତ ପୁଣି ଆଉ ଏକ ମେଡାଲ ଯୋଡ଼ି ଇତିହାସ ରଚିବା ପାଇଁ ପ୍ରସ୍ତୁତ ହେଉଛି । ଭଲ ଖେଳ ସାଙ୍ଗକୁ ଭାଗ୍ୟ ସାଥ ଦେଲେ ଭାରତ ଜିତିବା ଥୟ । ଏବେ ଟିମ୍ ସେମିଫାଇନାଲ ବେଲଜିୟମ ସହ ଖେଳିବ । ଯଦି ଏହି ମ୍ୟାଚ୍ ଭାରତୀୟ ହକି ଦଳ ଜିତିଯାଏ ମେଡାଲ ମିଳିବା ପକ୍କା ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.