ଅନଲାଇନରେ ହେବ କୋର୍ଟ କାର୍ଯ୍ୟ, ଓଡ଼ିଶା ହାଇକୋର୍ଟର ବହୁବିଧ ଇ-ସେବା ପୋର୍ଟାଲ ଲୋକାର୍ପିତ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ହାଇକୋର୍ଟର ବହୁବିଧ ଇ-ସେବା ପୋର୍ଟାଲ ଲୋକାର୍ପିତ। ହାଇକୋର୍ଟର ଲାଇଭ ଷ୍ଟ୍ରିମିଙ୍ଗ, ହାଇକୋର୍ଟ ମୋବାଇଲ ଆପ, ହାଇକୋର୍ଟ ସମେତ ଜିଲ୍ଲା କୋର୍ଟ ଓ ନିମ୍ନ ଅଦାଲତରେ ଅନଲାଇନ ଜରିମାନା ଦାଖଲ, କମିଶରେଟ ପୋଲିସର ଟ୍ରାଫିକ ଇ ଚାଲାଣ ଆଦି ବ୍ୟବସ୍ଥାର ଲୋକାର୍ପଣ ହୋଇଛି। ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ସମସ୍ତ ଇ- ସେବାର ଲୋକାର୍ପଣ କରିଛନ୍ତି।

ଦୈନନ୍ଦିନ ଜୀବନ ସହ ଆଇନଗତ ସେବାରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଲାଭଦାୟକ ହୋଇପାରିବ ବୋଲି ସେ କହିଛନ୍ତି। ଇ- ସେବା ଉଦଘାଟନୀ ଉତ୍ସବରେ ହାଇକୋର୍ଟର ଅନ୍ୟ ସମସ୍ତ ବିଚାରପତି, ବିଭିନ୍ନ ଜିଲା ଜଜ୍‌, ଆଡଭୋକେଟ ଜେନେରାଲ, ପୋଲିସ ଡିଜି, ପୋଲିସ କମିଶନର, ପରିବହନ କମିଶନର ଭର୍ଚୁଆଲ ମୋଡ଼ରେ ଉପସ୍ଥିତ ଥିଲେ। ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ଜଷ୍ଟିସ ଡେଲିଭରି ସିଷ୍ଟମରେ ଉଭୟ ଓକିଲ ଓ ମହକିଲଙ୍କ ପାଇଁ ଲାଭଦାୟକ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.