Below header

ଗୋଟିଏ ମାସରେ ଲୋକଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଛନ୍ତି ସାଇବର ଲୁଟେରା, ଟାର୍ଗେଟରେ ରହୁଛନ୍ତି ବରିଷ୍ଠ ନାଗରିକ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ବଢୁଛି ସାଇବର ଅପରାଧ ମାମଲା। ଜୁଲାଇ ମାସରେ ସାଇବର ହେଲ୍‌ପ ଡେସ୍କକୁ ଆସିଛି ସମୁଦାୟ ୩୭୦ ମାମଲା। କେବଳ ଭୁବନେଶ୍ୱରରେ ୨୩୦ ମାମଲା ଆସିଥିବା ବେଳେ ରାଜ୍ୟର ଅନ୍ୟ ଜାଗାରୁ ୧୪୦ଟି ମାମଲା ଆସିଛି। ଭୁବନେଶ୍ୱରରେ ୧୧୦ଟି ୟୁପିଆଇ ଠକେଇ ମାମଲା ହୋଇଥିବା ବେଳେ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ସମ୍ବନ୍ଧୀୟ ୭୬ଟି ଅଭିଯୋଗ ଆସିଛି। ସେହିପରି ଅନ୍ୟ ଠକେଇ ମାମଲା ୪୪ଟି ଆସିଛି।

ଜୁଲାଇ ମାସରେ ଏକ କୋଟି ଦଶ ଲକ୍ଷ ୮୫ହଜାର ୬୫୪ ଟଙ୍କା ସାଇବର ଲୁଟ ହୋଇଥିବା ବେଳେ ୭୦ଲକ୍ଷ ୫୯ହଜାର ୭୮ଟଙ୍କା କେବଳ ଭୁବନେଶ୍ୱରରୁ ଲୁଟ ହୋଇଛି। ମାତ୍ର ୮ଲକ୍ଷ ୫୬ ହଜାର ୫୫୦ଟଙ୍କା ଫେରାଇ ଅଣାଯାଇଛି। ସେହିପରି ୬୪ଟି ମୋବାଇଲ ନମ୍ବରକୁ ବ୍ଲକ କରାଯାଇଛି। ଘର ଭଡ଼ା ନାଁରେ ବରିଷ୍ଠ ବ୍ୟକ୍ତିଙ୍କୁ ଠକୁଛନ୍ତି ସାଇବର ଠକ । ଅଜଣା ଲୋକଙ୍କ ସହ ବନ୍ଧୁ ବାନ୍ଧନ୍ତୁ ନାହିଁ ଓ କିଛି ତଥ୍ୟ ଦିଅନ୍ତୁ ନାହିଁ ବୋଲି ବରିଷ୍ଠ ନାଗରିକଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.