ପ୍ରତିଦିନ ଖାଆନ୍ତୁ ଡାର୍କ ଚକୋଲେଟ୍‌, କେବେ ହେବନି ଏସବୁ ଗମ୍ଭୀର ରୋଗ

ପିଲା ହୁଅନ୍ତୁ କି ବୟସ୍କ, ସମସ୍ତେ ଚକୋଲେଟ୍‌ ଖାଇବାକୁ ପସନ୍ଦ କରନ୍ତି। ଚକୋଲେଟ୍‌ ଖାଇ ଦିନର ଆରମ୍ଭ କଲେ ସାରା ଦିନ ଭଲରେ କଟେ। ଏହା ପାଟିକୁ ଯେମିତି ସ୍ୱାଦିଷ୍ଟ ଲାଗେ, ଶରୀର ପାଇଁ ମଧ୍ୟ ସେମିତି ହିତକର ହୋଇଥାଏ। ତେବେ ନର୍ମାଲ ଚକୋଲେଟ୍‌ ଅପେକ୍ଷା ଡାର୍କ ଚକୋଲେଟ୍‌ ଶରୀର ପାଇଁ ଅଧିକ ଉତ୍ତମ ହୋଇଥାଏ। ଚକୋଲେଟ୍‌ ଖାଇବାର ଦ୍ୱାରା ବହୁ ଗମ୍ଭୀର ରୋଗ ବି ଦୂର ହୁଏ। ତେବେ ଆସନ୍ତୁ ଜାଣିବା ଚକୋଲେଟ୍‌ ଖାଇଲେ କି କି ସମସ୍ୟା ଭଲ ହୁଏ…

  • ନିୟମିତ ଡାର୍କ ଚକୋଲେଟ୍‌ ସେବନ ଦ୍ୱାରା ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। ଡାର୍କ ଚକୋଲେଟ୍‌ ଖାଉଥିବା ଲୋକଙ୍କଠାରେ ହାର୍ଟ ଆଟାକ୍‌ର ଆଶଙ୍କା ୫୦ ପ୍ରତିଶତ କମ୍‌ ରହିଥାଏ।
  • ଲୋ-ବ୍ଲଡ୍‌ ପ୍ରେସର ସମସ୍ୟା ଥିଲେ, ଡାର୍କ ଚକୋଲେଟ୍‌ ଖାଆନ୍ତୁ। ଆରାମ ଲାଗିବ।
  • ଶରୀରର କୋଲୋଷ୍ଟ୍ରୋଲ ପରିମାଣ କମ୍‌ କରିବାରେ ଡାର୍କ ଚକୋଲେଟ୍‌ ସାହାଯ୍ୟ କରେ।
  • ଓଜନ କମ୍‌ କରିବାରେ ମଧ୍ୟ ଚକୋଲେଟ୍‌ ସାହାଯ୍ୟ କରିଥାଏ। କିନ୍ତୁ ଏହାକୁ ଠିକ୍‌ ପରିମାଣରେ ଖାଇବା ଆବଶ୍ୟକ।
  • ଥକାପଣ ଦୂର କରିବାରେ ଡାର୍କ ଚକୋଲେଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.