Below header

ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ବଢିଲା ଅଡୁଆ, ଇଦ୍‌ ପରେ ହୋଇପାରନ୍ତି ଗିରଫ

କେନ୍ୟୁଜ୍(ବ୍ୟୁରୋ):  ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ବଢିଛି ଅଡୁଆ । କେତେ ବେଳେ ବି ଗିରଫ ହୋଇପାରନ୍ତି ଇମ୍ରାନ୍‌ ଖାନ୍‌ । ଇଦ୍‌ ପରେ ଗିରଫ ହେବା ନେଇ ଅଧିକ ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ଙ୍କ ବିରୋଧରେ ନାରାବାଜି କରିବା ମାମଲାରେ ଇମ୍ରାନ୍‌ଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପିଏମ୍‌ଏଲ୍‌-ଏନ୍‌ର ସମର୍ଥକଙ୍କ କହିବା କଥା ମଦିନାରେ ଯାହା ବି ହୋଇଛି, ତାହା ଇମ୍ରାନଙ୍କ ପାର୍ଟି ପିଟିଆଇ ଇସାରାରେ ହୋଇଛି । ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଲ୍‌ହାଙ୍କ ପକ୍ଷରୁ କୁହାଯାଇଛି ମଦିନାରେ ନାରାବାଜି ମାମଲାରେ ଇମ୍ରାନ୍‌ ଖାନ୍‌ଙ୍କୁ ଗିରଫ କରାଯିବ ।

ଗୁରୁବାର ଶାହବାଜ ସରିଫ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସାଉଦିଆରବର ମଦିନାରେ ଥିବା ପ୍ରଫେଟ୍‌ ମସ୍‌ଜିଦ୍‌କୁ ଯାଇଥିଲେ । ସେହି ସମୟରେ ଇମ୍ରାନ୍‌ ଖାନ୍‌ଙ୍କ ଶତାଧିକ ସମର୍ଥକମାନେ ଶାହବାଜଙ୍କୁ ଚୋର ଚୋର ଭଳି ସ୍ଲୋଗାନ ଦେଇଥିଲେ । ଏହାସହ ମନ୍ତ୍ରୀମଣ୍ଡଳ ବିରୋଧରେ ଅପଶବ୍ଦ ମଧ୍ୟ ବ୍ୟବହାର କରିଥିଲେ । ଏନେଇ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଫୈସଲବାଦର ମଦିନା ଟାଉନ ପୋଲିସ ଷ୍ଟେସନରେ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏପଟେ ବାଇଡେନ୍‌ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଇମ୍ରାନ୍‌ ଖାନ୍‌ । କହିଛନ୍ତି, ଅଙ୍ଗୁଳି ଇସାରାରେ ନାଚୁଥିବା ପିଏମ୍‌ଙ୍କୁ ଆଣିବାକୁ ୨୨୦ ମିଲିୟନ୍‌ରୁ ଅଧିକ ନାଗରିକ ଦେଶରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ପ୍ରଧାନନ୍ତ୍ରୀଙ୍କୁ ହଟାଇ ଶାସନ ପରିବର୍ତ୍ତନ ଷଡ଼ଯନ୍ତ୍ରରେ ସାମିଲ ହେବା, ଆପଣଙ୍କୁ ଲାଗୁଛି ପାକିସ୍ତାନରେ ଆମେରିକା ବିରୋଧୀ ଭାବନା କମ୍‌ ନା ବଢାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.