ରାତିରେ ବଳକା ଥିବା ବାସି ରୁଟିକୁ ଫୋପାଡନ୍ତୁନାହିଁ, ଏପରି ବନାନ୍ତୁ ରୁଟି ଚାଟ୍‌

ପ୍ରାୟ ସମୟରେ ଏମିତି ହୋଇଥାଏ ଯେ ଆମେ ରାତିର ବଳକା ପଡିଥିବା ରୁଟିକୁ ସକାଳୁ ଫୋପାଡି ଦିଅନ୍ତି। କାହିଁକିନା ବାସି ରୁଟିକୁ ଗରମ କରିବା ପରେ ମଧ୍ୟ ଏହାର ସ୍ୱାଦ କିଛି ବଦଳିଯାଇଥାଏ। ଏମିତିରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ରୁଟି ଚାଟ। ତେବେ ଆସନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ରୁଟି – ୪ଟି (ରାତିର ବାସି ରୁଟି)
  • ଆଳୁ – ୧ଟି (ସିଝା ହୋଇଥିବା)
  • ଟମାଟୋ – ୨ଟି
  • କଳା ଚଣା – ୩/୪ କପ୍‌
  • ପିଆଜ –୨ଟି
  • ଦହି – ଗୋଟେ ଗିନା
  • କଞ୍ଚା ଲଙ୍କା – ୨ଟି
  • ଧନିଆ ପତ୍ର – ୧ ବଡ ଚାମଚ
  • ଗ୍ରୀନ ଚଟଣୀ ଏବଂ ତେନ୍ତୁଳୀ ଚଟଣୀ
  • ଜିରା ପାଉଡର – ୧ ବଡ ଚାମଚ
  • ଲାଲ ଲଙ୍କା ପାଉଡର – ୧ ଛୋଟ ଚାମଚ
  • ଡାଲିମ୍ବ ମଞ୍ଜି – ୧/୪ କପ୍‌
  • କଳା ଲୁଣ – ୧ ଛୋଟ ଚାମଚ
  • ସାଧା ଲୁଣ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ରୁଟିକୁ କାଟି ଦିଅନ୍ତୁ। ଏହାପରେ କଡାରେ ତେଲ ଗରମ କରି ଏହି ରୁଟିକୁ ପକାଇ ସେକି ଦିଅନ୍ତୁ। ଏହା ସୁନେଲୀ ରଙ୍ଗ ହୋଇଗଲା ପରେ ତେଲରୁ ବାହାର କରିଦିଅନ୍ତୁ। ଏବେ ଏହାକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଏହାପରେ ଏକ ପାତ୍ରରେ କଳା ଚଣା, ସିଝା ଆଳୁ, ପିଆଜ, ଟମାଟୋ ପକାନ୍ତୁ। ଏହାପରେ ରୁଟି ଖଣ୍ଡକୁ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏବେ ଏହି ମିଶ୍ରଣକୁ ସର୍ଭିଙ୍ଗ ପ୍ଲେଟରେ ରଖି ଏହାଉପରେ କଟା ପିଆଜ, ଟମାଟୋ, ଚଟଣୀ, ଦହି, କଞ୍ଚା ଲଙ୍କା, ଜିରା ପାଉଡର, ଲାଲ ଲଙ୍କା ପାଉଡର, କଳା ଲୁଣ, ସାଧା ଲୁଣ ଏବଂ ଶେଷରେ ମନପସନ୍ଦର ନମକୀନ କିମ୍ବା ସେଉ ଏବଂ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.