Below header

ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ OHRC

ଭୁବନେଶ୍ବର(କେନ୍ୟୁଜ୍): ପାରାଦୀପ ଅଭୟଚାନ୍ଦପୁର ଥାନାରେ ହାଜତ ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ଓଡ଼ିଶା ମାନବିକ ଅଧିକାର ଆୟୋଗ । ଘଟଣାର ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଓଏଚ୍‌ଆର୍‌ସି ଅତିରିକ୍ତ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ୨୦ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ଏହା ସହ ଜଗତସିଂହପୁର ଏସ୍‌ପିଙ୍କୁ ମଧ୍ୟ ନୋଟିସ୍‌ ହୋଇଛି । ଏହା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପଞ୍ଚନାମା ରିପୋର୍ଟ ସହ ଏସ୍‌ପିଙ୍କ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି ।

କମିଶନଙ୍କ ଅଧ୍ୟକ୍ଷ ଜଷ୍ଟିସ ବି କେ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିର୍ଦ୍ଦେଶ । ମେ ୨୦ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ବ୍ରାଉନସୁଗର ମାମଲାରେ ହାଜତରେ ଥିଲେ ମନୋରଞ୍ଜନ ରେଡି । ତେବେ ପୋଲିସ ତାଙ୍କୁ ବାଡେଇ ବାଡେଇ ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.