ନିଜ ପରିସ୍ରାକୁ ୬ ବର୍ଷ ହେବ ପିଇ ଦିନ କୁ ଦିନ ଯବାନ ଦେଖାଯାଉଛନ୍ତି ଏହି ଯୁବକ

ଆପଣମାନେ ନିଶ୍ଚିତ ରୂପେ ଶୁଣିଥିବେ ଓ ଜାଣିଥିବେକି ପ୍ରତିଦିନ ରେଡ ୱାଇନ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ । ଏହାଦ୍ୱାରା ତ୍ୱଚାରେ ମଧ୍ୟ ଏକ ଚମକ ଆସିଥାଏ । ଏହାବାଦ ଶରୀରକୁ ଅନ୍ୟ କେତେକ ଫାଇଦା ବି ମିଳିଥାଏ । କିନ୍ତୁ ଆପଣ କଣ କେବେ ଶୁଣିଛନ୍ତିକି ନିଜ ପରିସ୍ରା ପିଇଲେ ବି ଶରୀରକୁ ଅନେକ କିଛି ଲାଭ ମିଳିଥାଏ । ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନା । ହଁ ଜଣେ ବ୍ୟକ୍ତିଙ୍କ ଅନୁଯାୟୀ ନିଜ ପରିଶ୍ରା ପିଇବା ଦ୍ୱାରା ଜଣେ ବ୍ୟକ୍ତି ଆଗ ତୁଳନାରେ ଅଧିକ ଯବାନ ହୋଇଉଠନ୍ତି । ଖାଲି ସେତିକି ନୁହେଁ ପରିସ୍ରା ପିଇବା ଦ୍ୱାରା ଡିପ୍ରେସନ ପରି ସମସ୍ୟାରୁ ମଧ୍ୟ କିଛିଟା ତ୍ରାହି ମିଳିଥାଏ ।

ଏକ ସମ୍ବାଦପତ୍ର ଦ୍ୱାରା ପ୍ରକାଶିତ ହୋଇଥିବା ଖବର ଅନୁଯାୟୀ, ବ୍ରିଟେନ ସ୍ଥିତ ହେମ ଶାୟାରର ଫର୍ନ ବୋରଫରେ ବାସ କରୁଥିବା ହ୍ୟାରୀ ମେଟାଡ଼ିନ ନାମକ ଜଣେ ବ୍ୟକ୍ତି ପ୍ରତିଦିନ ନିଜ ୟୁରିନ ପିଅନ୍ତି । ଆଉ ଏମିତି ସେ ପ୍ରାୟ ୬ ବର୍ଷ ହେବ କରିଆସୁଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ନିଜ ୟୁରିନ ପିଇବା ଦ୍ୱାରା ତାଙ୍କୁ ଖୁବ ଭଲ ଅନୁଭବ ହୋଇଥାଏ । ଆଉ ଏଥିପାଇଁ ହିଁ ସେ ନିଜ ୟୁରିନ ପିଇଥାନ୍ତି । ଏଥିରେ ଥିବା ଆଣ୍ଟି ଏଜିଙ୍ଗ ତତ୍ତ୍ୱ ଗୁଡିକ ଶରୀରକୁ ଭିତରରୁ ମଇଶ୍ଚରାଇଜ କରିଥାଏ । ଜାରି ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ୩୩ ବର୍ଷୀୟ ହ୍ୟାରୀ ମେଟାଡିନ ପ୍ରତିଦିନ ପ୍ରାୟ ୨୦୦ ମିଲି ୟୁରିନ ପିଇଥାନ୍ତି । ପ୍ରଥମେ ପ୍ରଥମେ ତାଙ୍କୁ ଏହାର ସ୍ୱାଦ ଖୁବ ଖରାପ ଲାଗୁଥିବା ବେଳେ ପରେ କିନ୍ତୁ ଖୁବ ପସନ୍ଦ ଆସିବାକୁ ଲାଗିଲା । ହ୍ୟାରୀଙ୍କ କହିବା ଅନୁଯାୟୀ ନିୟମିତ ଭାବେ ଏହାକୁ ପିଇବା ଦ୍ୱାରା ସେ ଅଧିକରୁ ଅଧିକ ସୁସ୍ଥ, ଆନନ୍ଦଦାୟକ ଓ ସ୍ମାର୍ଟ ଅନୁଭବ କରିଥିଲେ ।

ସେ ଏହାବି କହିଛନ୍ତିକି ଏଜଡ଼ ୟୁରିନ ପିଇବା କାରଣରୁ ତାଙ୍କ ଡିପ୍ରେସନ ବି ଅନେକ ପରିମାଣରେ ଭଲ ହୋଇଯାଇଛି । ହ୍ୟାରୀ “ପାୱାର ଅଫ ଏଜଡ଼ ୟୁରିନ ଥେରାପି” ଉପରେ ଦୁଇଟି ବହି ମଧ୍ୟ ଲେଖିଛନ୍ତି । ଏହାର ଉପକାରୀ ଗୁଣ ଗୁଡିକ ବିଷୟରେ ସମସ୍ତେ ଜାଣନ୍ତୁ ବୋଲି ସେ ଲେଖିଛନ୍ତି । ହ୍ୟାରୀ ଏହା ମଧ୍ୟ କହିଛନ୍ତିକି ଏହା ଏମିତି ଏକ ଶକ୍ତିଶାଳୀ ଔଷଧ ଯାହା ମାଗଣାରେ ଉପଲବ୍ଧ ହୋଇଥାଏ । କିନ୍ତୁ ଏହାକୁ ନିଜ ପିତାଙ୍କ ଠାରୁ ଖୁବ ଗାଳି ଖାଇଛନ୍ତି ହ୍ୟାରୀ । ତାଙ୍କୁ କହିଥିଲେକି, ” ନିଜ ପରିସ୍ରା ପିଇବା ବନ୍ଦ କରେ । ତୁମେ ଖୁବ ଅପରିଷ୍କାର । ସାଧାରଣ ଲୋକଙ୍କ ଭଳି ତୁମେ ବି ପରିସ୍ରା ପାଇଁ ଟଏଲେଟ ବ୍ୟବହାର କର” । ଆଉ ଏହାର ଜବାବରେ ହ୍ୟାରୀ ଲେଖିଛନ୍ତିକି, ଡ଼ାଡ ମୋ ଡାଏରୀକୁ ଏମିତି କରି ହିଁ ବର୍ବାଦ କରିଦେଉଛନ୍ତି ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.