Below header

ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ଇମ୍ରାନ ଖାନ୍‌, ଗତକାଲି ହୋଇଥିଲେ ମୁକ୍ତ

ପାକିସ୍ତାନ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ଇମ୍ରାନ ଖାନ୍‌ । ଏହା ପରେ ସେ ଘରକୁ ଯାଇ ପାରିବେ । ତେବେ ଅତିବେଶିରେ ୧୦ ଜଣ ଲୋକଙ୍କ ସହ ମିଶିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନୁମତି ମିଳିଛି ।

ନୂଆଦିଲ୍ଲୀ : ପାକିସ୍ତାନ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ଇମ୍ରାନ ଖାନ୍‌ । ଏହା ପରେ ସେ ଘରକୁ ଯାଇ ପାରିବେ । ତେବେ ଅତିବେଶିରେ ୧୦ ଜଣ ଲୋକଙ୍କ ସହ ମିଶିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନୁମତି ମିଳିଛି । ଗତକାଲି ଜେଲରୁ ମୁକୁଳିବା ପରେ ଇମ୍ରାନ ପୋଲିସ ହେପାଜତରେ ରାତି କଟାଇଛନ୍ତି । ଗତକାଲି ଇମ୍ରାନଙ୍କ ଗିରଫଦାରୀକୁ ରଦ୍ଦ କରିବା ସହ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ଇମ୍ରାନଙ୍କ ସମର୍ଥକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି । ଗତ ମଙ୍ଗଳବାର ଅଲ୍‌କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନଙ୍କୁ ଇସଲାମାବାଦ କୋର୍ଟ ପରିସରରୁ ଗିରଫ କରାଯାଇଥିଲା । ଏହାପରେ ଇମ୍ରାନଙ୍କ ସମର୍ଥକ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ପୋଡ଼ାଜଳା କରିଥିଲେ । ତେବେ ସୁପ୍ରିମ୍‌ କୋର୍ଟ ତାଙ୍‌କୁ ଖଲାସ କରିଥିଲେ ମଧ୍ୟ ଶାହାବାଜ ସରିଫ ସରକାର ପୁଣି କୌଣସି ଆଳ ଦେଖାଇ ଇମ୍ରାନ୍‌ଙ୍କୁ ଗିରଫ କରି ପାରେ ବୋଲି ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.