Below header

ଉତ୍କଣ୍ଠାରେ ନେତା, ଉତ୍କଣ୍ଠାରେ ଜନତା: ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ

ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ । ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏହାପୂର୍ବରୁ ଭୋଟ୍‌ ଗଣନା କରିବାକୁ ଥିବା କର୍ମଚାରୀଙ୍କୁ ଆଜି ଟ୍ରେନିଂ ଦିଆଯିବ। ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ରହିଛି ।

ଝାରସୁଗୁଡ଼ା (କେନ୍ୟୁଜ): ଉତ୍କଣ୍ଠାରେ ନେତା, ଉତ୍କଣ୍ଠାରେ ଜନତା । ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ । ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏହାପୂର୍ବରୁ ଭୋଟ୍‌ ଗଣନା କରିବାକୁ ଥିବା କର୍ମଚାରୀଙ୍କୁ ଆଜି ଟ୍ରେନିଂ ଦିଆଯିବ। ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ରହିଛି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ଭୋଟ ଗଣନା କରାଯିବ । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ହେବ । ପରେ ଇଭିଏମ ଭୋଟ ଗଣତି କରାଯିବ ।

ଅପରାହ୍ନ ୨ଟା ସୁଦ୍ଧା ଗଣତି ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ । ଷ୍ଟ୍ରଙ୍ଗରୁମ୍‌ରେ କଡ଼ା ସୁରକ୍ଷାରେ ରହିଛି ଇଭିଏମ । ଝାରସୁଗୁଡ଼ା ବଢ଼େଇମୁଣ୍ଡା ଇଂଜିନିୟରିଂ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ୍‌ ରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରଥମ ବଳୟରେ ଏକ ପ୍ଲାଟୁନ CRPF ମୁତୟନ । ଦ୍ୱିତୀୟ ସୁରକ୍ଷା ବଳୟରେ ରାଜ୍ୟ ପୋଲିସ ସଶସ୍ତ୍ର ବାହିନୀ । ତୃତୀୟ ସ୍ତରରେ ମୁତୟନ ଅଛନ୍ତି ଜିଲ୍ଲା ପୋଲିସ । ସିସିଟିଭି ସ୍କାନରରେ ରହିଛି ଇଭିଏମ ଓ ଭିଭିପାଟ ମେସିନ । ନ କାହା ସପକ୍ଷରେ ରାୟ ଦେଇଛନ୍ତି ଜନତା? ଝାରସୁଗୁଡ଼ା ବାଜି କିଏ ମାରିବେ ? କେଉଁ ବ୍ଲକର କେଉଁ ବୁଥରୁ କେତେ ଭୋଟ୍‌ ମିଳିବ ? ତାହାର ହିସାବ ନିକାଶ କରୁଛନ୍ତି ପ୍ରାର୍ଥୀ ଓ ଦଳୀୟ ନେତା। ଏଥର ତ୍ରିମୁଖୀ ଲଢ଼େଇ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.