Below header

ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ, ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଶୌର୍ଯ୍ୟ ଦେଖାଇବେ ବାୟୁ ସେନା

ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତିରଙ୍ଗା । କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ । ଏଲଓସିରେ ବି ହାଇଆଲର୍ଟ । ବାୟୁସେନାର ୫୪ଟି ବିମାନ ଫ୍ଲାଏପାଷ୍ଟ କରିବେ ।

ନୂଆଦିଲ୍ଲୀ : ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତିରଙ୍ଗା । କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ । ଏଲଓସିରେ ବି ହାଇଆଲର୍ଟ । ବାୟୁସେନାର ୫୪ଟି ବିମାନ ଫ୍ଲାଏପାଷ୍ଟ କରିବେ । ସେଥିରେ ରହିଛି ୨୯ଟି ଲଢୁଆ ବିମାନ, ୭ଟି ପରିବହନ ବିମାନ, ୯ଟି ହେଲିକପ୍ଟର ଓ ଗୋଟିଏ ଐତିହ୍ୟ ବିମାନ । ଏଗୁଡ଼ିକୁ ୬ଟି ଭିନ୍ନ ଭିନ୍ନ ବେସରୁ ପରିଚାଳନା କରାଯିବ ।

ସେହିପରି ଗଣତନ୍ତ୍ର ଦିବସ ପରେଡରେ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ, ୯ଟି ମନ୍ତ୍ରାଳୟ ଓ ବିଭାଗର ୨୫ ପ୍ରଜ୍ଞାପନ ମେଢ଼ ସାମିଲ ହେବ । ପ୍ରଜ୍ଞାପନ ମେଢ଼ରେ ରହିବ ରାମମନ୍ଦିର ଝଲକ । ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ରେ ସବୁଠୁ ଆଗରେ ରହିବେ ପ୍ରଭୁ ଶ୍ରୀରାମ । ଇସ୍ରୋର ପ୍ରଜ୍ଞାପନ ମେଢ଼ରେ ମୁଖ୍ୟ ଆକର୍ଷଣ ରହିବ ଚନ୍ଦ୍ରଯାନ-୩ । ଇସ୍ରୋର ୮ ଜଣ ମହିଳା ବୈଜ୍ଞାନିକ ବି ପରେଡରେ ଭାଗ ନେବେ । ସେହିପରି ଇସ୍ରୋର ୨୧୨ ବୈଜ୍ଞାନିକ ବି ଗଣତନ୍ତ୍ର ଦିବସ ପରେଡ ଦେଖିବେ । ଏଥର ଗଣତନ୍ତ୍ର ଦିବସ ପାଇଁ ୧୩ ହଜାର ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଚଳିତ ଥର ସାଧାରଣତନ୍ତ୍ର ଦିବସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.