ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମିଳିମିଶି ନୂଆ ଓଡ଼ିଶା ଗଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ୍

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ୍ । ମିଳିମିଶି ଗଢ଼ିବା ନୂଆ ଓଡ଼ିଶା । ଆଜି ବିଶ୍ବ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି। ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି । ଏଥିରେ ଆମ ଓଡ଼ିଶାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ୍ । ମିଳିମିଶି ଗଢ଼ିବା ନୂଆ ଓଡ଼ିଶା । ଆଜି ବିଶ୍ବ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଇଛି । ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି । ଏଥିରେ ଆମ ଓଡ଼ିଶାର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଗତ କୋଡିଏ ବର୍ଷ ମଧ୍ୟରେ ବିକାଶର ସବୁ କ୍ଷେତ୍ରରେ ଓଡ଼ିଶା ନୂଆ ଇତିହାସ ସୃଷ୍ଟି କରିଛି, ରୂପାନ୍ତର ପଥରେ ଆଗେଇ ଚାଲିଛି ।

ଓଡ଼ିଶାର ବିକାଶ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇଛି । ଆମର ବିକାଶ ମଡେଲ ସମସ୍ତଙ୍କ ପାଇଁ ସୁଯୋଗ ଆଣିଛି । ସମସ୍ତେ ବିକାଶର ସହଯୋଗୀ ହୋଇଛନ୍ତି । ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗକୁ ବଢୁଛି । ତଥାପି ଆମକୁ ଆହୁରି ଆଗକୁ ଯିବାକୁ ଅଛି । ତେଣୁ ମିଳିମିଶି ଆମେ ନୂଆ ଓଡ଼ିଶା ଗଢ଼ିବା । ଆମ ଓଡ଼ିଶା ଦେଶରେ ଶ୍ରେଷ୍ଟ ଓ ସଶକ୍ତ ହେବ ବୋଲି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଳ୍ପ, ପ୍ରଯୁକ୍ତି ବିଦ୍ୟା, ଷ୍ଟାର୍ଟ ଅପ୍ ସବୁଥିରେ ଆଗରେ ରହିଛି ଓଡ଼ିଶା ।

ଆମର ସବୁ ଯୋଜନାର ସୁଫଳ ଲୋକ ଠିକ ଭାବେ ପାଉଛନ୍ତି । ଶିକ୍ଷାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଯୋଗାଯୋଗ ଓ ଆଦର ବଢୁଛି । ମାଆ ମାନେ କେବଳ ପରିବାର ନୁହେଁ ଆମ ସମାଜର ଶକ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଛା ଜ୍ଞାପନ କରି କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ । ତାଙ୍କ ଇଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ଛି। ସମଲେଇ ପ୍ରକଳ୍ପ ମଧ୍ୟ ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.