୭୫ତମ ସାଧାରଣତନ୍ତ୍ର ଦିବସ: ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗରେ ପ୍ରଥମ ଥର ସାମିଲ ହେବ ପୁରୀର ସାହିଯାତ

୭୫ ତମ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା। ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଅଭିବାଦନ ଗ୍ରହଣ କରିବେ। ଏଥର ପରେଡର ନେତୃତ୍ଵ ନେଉଛନ୍ତି ଏ.ବି. ଶିଳ୍ପା ।

ଭୁବନେଶ୍ୱର (କେନ୍ୟୁଜ): ୭୫ ତମ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ବର ମହାତ୍ମା ଗାନ୍ଧି ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା। ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଅଭିବାଦନ ଗ୍ରହଣ କରିବେ । ଏଥର ପରେଡର ନେତୃତ୍ଵ ନେଉଛନ୍ତି ଏ.ବି. ଶିଳ୍ପା । ଓଡ଼ିଶା ପୋଲିସ ସହ ଆଇଟିବିପି, ସିଆରପିଏଫ୍, ଅଗ୍ନିଶମ, ଓଡ୍ରାଫ୍, ଓଡ଼ିଶା ହୋମଗାର୍ଡ, ଆରପିଏଫ୍, ଏସଏସବି, ଓଏସଏପି, OISF, APR, ଟ୍ରାଫିକ୍, ସିଭିଲ୍ ଡିଫେନ୍ସ, ସୈନିକ ସ୍କୁଲ ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ପରେଡରେ ଭାଗ ନେଇଛନ୍ତି ।

ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ୫୩ କଣ୍ଟିଜେଣ୍ଟ ଅଂଶଗ୍ରହଣ କରୁଛନ୍ତି । ୪ଟି ସାଂସ୍କୃତିକ ଦଳ, ସ୍କେଟିଂ, ଡେୟାର ଡେଭିଲ୍ସ ବି ମୁଖ୍ୟ ଆକର୍ଷଣ ହେବେ । ପ୍ରଥମ ଥର ସାମିଲ ହେବ ପୁରୀର ସାହିଯାତ । ପଡ଼ୋଶୀ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ ଓ ଯୋଗ ପାଇଁ ଝାଡ଼ଖଣ୍ଡ ପୋଲିସ ପରେଡ଼ରେ ଯୋଗଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.