Below header

ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ୨୨୭୭୧ ନୂଆ ପଜିଟିଭ ଚିହ୍ନଟ ଓ ୪୪୨ ଜଣ ମୃତ

ଦେଶରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା । ଦିନ କୁ ଦିନ ବଢ଼ିବାରେ ଲାଗିଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ସର୍ବାଧିକ ୨୨ ହଜାର ୭୭୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୪୨ ଜଣଙ୍କ ଜୀବନ ନେଇସାରିଲାଣି ଏହି ମାରାତ୍ମକ ଭାଇରସ୍ । ଶନିବାର ଅର୍ଥାତ ଜୁଲାଇ ୪ ତାରିଖରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୪୮,୩୧୫ରେ ପହଞ୍ଚିଛି । ଯେବେକି କରୋନା ମୃତ୍ୟୁ ସଂଖ୍ୟା ୧୮,୬୫୫ ଛୁଇଁଛି । ଅନ୍ୟପକ୍ଷରେ କରୋନାରୁ ସୁସ୍ଥତା ଲାଭ କରୁଥିବା ସଂଖ୍ୟା ବି ଦିନ କୁ ଦିନ ବଢ଼ିବାରେ ଲାଗିଛି । ସମଗ୍ର ଭାରତରେ ବର୍ତ୍ତମାନ ୨,୩୫,୪୩୩ ଟି ସକ୍ରିୟ ମାମଲା ଥିବା ବେଳେ ୩,୯୪,୨୨୬ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଦେଶରେ କରୋନା ଋକଭରୀ ରେଟ ୬୦.୮୦ ପ୍ରତିଶତ ରହିଛି ଜ୍ଝ କରୋନା ସକ୍ରିୟ ମାମଲାରେ ଅନେକ ବିଦେଶୀ ବି ସାମିଲ ଅଛନ୍ତି । ଆଇସିଏମଆର ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଜୁଲାଇ ୩ ତାରିଖ ସୁଦ୍ଧା ୯,୫୪,୦୧୩୨ ଜଣଙ୍କ କରୋନା ଟେଷ୍ଟ ହୋଇସାରିଲାଣି ।

କେବଳ ମହାରାଷ୍ଟ୍ରରେ ଏକ ଲକ୍ଷ ୯୨ ହଜାର ୯୯୦ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ଗତ ୨୪ ଘଂଟା ଭିତରେ ମୃତ୍ୟୁ ହୋଇଥିବା ରୋଗୀଙ୍କ ମଧ୍ୟରେ ମହାରାଷ୍ଟ୍ରର ୧୯୮ ଜଣ, ତାମିଲନାଡୁର ୬୪ ଜଣ, ଦିଲ୍ଲୀର ୫୯ ଜଣ, କର୍ଣ୍ଣାଟକର ୨୧ ଜଣ, ଗୁଜୁରାଟ ଓ ପଶ୍ଚିମ ବଙ୍ଗର ୧୮ ଜଣ, ଉତ୍ତର ପ୍ରଦେଶର ୧୪ ଜଣ, ରାଜସ୍ଥାନର ୧୦ ଜଣ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ୮ ଜଣ, ପଞ୍ଜାବର ପାଞ୍ଚ ଜଣ, ହରିୟାଣା, ମଧ୍ୟପ୍ରଦେଶ ଓ ଜାମ୍ମୁ କାଶ୍ମୀରର ୪ ଜଣ, ବିହାର ୩ ଜଣ ଆସାମ ଓ ଓଡ଼ିଶାର ୨ ଜଣ ସାମିଲ ଅଛନ୍ତି । ସୂଚନା ଦେବା ଉଚିତକି , ଆଜି ଓଡ଼ିଶାରେ ୪୯୫ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.