କରୋନାରୁ ବଞ୍ଚିବା ପାଇଁ ଏହି ବ୍ୟକ୍ତି ଲଗାଇଲେ ସୁନାର ମାସ୍କ, ଯାହାର ଦାମ୍‌ ୩ ଲକ୍ଷ

କରୋନା ମହାମାରୀରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଆଉ ମାସ୍କ ପିନ୍ଧିବା ନିତାନ୍ତ ଜରୁରୀ। ଏପରି ନ କଲେ ଆପଣଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରି ସମୟରେ ଲୋକେ ହାତ ତିଆରି ମାସ୍କ କିମ୍ବା ବଜାରରେ ମିଳୁଥିବା କପଡା ମାସ୍କ ପିନ୍ଧୁଛନ୍ତି। କିଏ ହାତ ତିଆରି ମାସ୍କ ବ୍ୟବହାର କରୁଥିବା ବେଳେ ଆଉ କିଏ ମାର୍କେଟରେ ମିଳୁଥିବା ମାସ୍କ ପିନ୍ଧୁଛନ୍ତି । ଏଥିପାଇଁ ୧୦ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । କିନ୍ତୁ କେବେ ସୁନାରେ ତିଆରି ମାସ୍କ ବିଷୟରେ ଶୁଣିଛନ୍ତି କି ? ଆପଣ ହୁଏତ କେବେ ଚିନ୍ତା କରିନଥିବେ। କିନ୍ତୁ ଏପରି କରି ଦେଖାଇଛନ୍ତି ପୁନେର ଜଣେ ବ୍ୟକ୍ତି।

mask

ମହାରାଷ୍ଟ୍ର ପୁନେର ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲେ ପୁନେର ଏହି ବ୍ୟକ୍ତି ଗୋଟିଏ ମାସ୍କ ପାଇଁ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା । ଏହି ବ୍ୟକ୍ତିଙ୍କ ନାଁ ହେଲା ଶଙ୍କର କୁରାଡେ । ସେ ପିନ୍ଧିଥିବା ମାସ୍କର ଦାମ ହେଉଛି ୨ ଲକ୍ଷ ୮୯ ହଜାର ଟଙ୍କା । ଏହା ସମ୍ପୂର୍ଣ୍ଣ ସୁନାରେ ତିଆରି ହୋଇଛି । ଏଥିରେ ଛୋଟ ଛୋଟ କଣା ରହିଛି । ତେଣୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସହାୟକ ହେଉଥିବା ଶଙ୍କର କହିଛନ୍ତି ।

gold

ତେବେ କରୋନା ମୁକାବିଲା ଦିଗରେ କେତେ ସହାୟକ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ବ୍ୟକ୍ତି ନିଜ ହାତ ଓ ବେକରେ ମଧ୍ୟ ଲକ୍ଷାଧିକ ଟଙ୍କାର ସୁନା ଗହଣା ପିନ୍ଧିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶଙ୍କର ସୁନା ମଣିଷ ବା ଗୋଲଡେନ ବାବା ନାଁରେ ବେଶ ପରିଚିତ । ସୂଚନାଯୋଗ୍ୟ, ଭାରତରେ ଏପର୍ଯ୍ୟନ୍ତ ୬ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ୧୮ ହଜାର ଲୋକେ ମୃତ୍ୟୁବରଣ କରିଛନ୍ତି। ପୁନେରେ ଏପର୍ଯ୍ୟନ୍ତ ୬ ହାଜରୁ ଉର୍ଦ୍ଧ୍ୱ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.