କୋଭିଡ଼ ପରିଚାଳନା ଦାୟିତ୍ୱ ପାଇଁ ଗଞ୍ଜାମ ଜିଲ୍ଲାକୁ ଗଲେ ଦୁଇ ଜଣ IAS ଅଫିସର

ଗଞ୍ଜାମ: ଗଞ୍ଜାମରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିବାକୁ ନଜରରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାକୁ ପଠାଗଲା ୨ IAS ଅଫିସର । ପାରୁଲ ପଟଓ୍ଵାରୀଙ୍କୁ ସ୍ପେଶାଲ ADM ଗଞ୍ଜାମ ନିଯୁକ୍ତ କରାଯାଇଛି । ସେ ଛତ୍ରପୁର ଉପଖଣ୍ଡର କୋଭିଡ଼ ପରିଚାଳନା ଦାୟିତ୍ୱରେ ରହିବେ । ସେହିପରି ବିଶାଲ ସିଂଙ୍କୁ ସ୍ପେଶାଲ ADM ଦାୟିତ୍ୱ ଦିଆଯାଇଛି । ସେ ଭଞ୍ଜନଗର ଉପଖଣ୍ଡ କୋଭିଡ ପରିଚାଳନା ଦାୟିତ୍ୱ ନେବେ ।

ସୂଚନା ଥାଉକି, ଆଜି ୨୪ଟି ଜିଲ୍ଲାରୁ ପୁଣି ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଏବେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.