ଅଭିନେତ୍ରୀ ଭୂମିକା ଚାଓ୍ଵଲା ସୁଶାନ୍ତଙ୍କ ଆତ୍ମହତ୍ୟାକୁ ଏପର୍ଯ୍ୟନ୍ତ ଭୁଲିପାରୁନାହାନ୍ତି। ସୁଶାନ୍ତଙ୍କ ମୃତ୍ୟୁକୁ ୨୦ ଦିନ ବିତିସାରିଲାଣି କିନ୍ତୁ ଭୂମିକା ଏହି ଖବର ଡିପ୍ରେସନରେ ରହିଛନ୍ତି। ଭୂମିକା ଯାହାକୁ ନେଇ ପୁଣି ଥରେ ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ଲେଖିଛନ୍ତି।
ଭୂମିକା ସୁଶାନ୍ତଙ୍କ ସହିତ ‘ ଏମ୍ଏସ୍ ଧୋନୀ’ ଫିଲ୍ମରେ କାମ କରିଥିଲେ। ଏଥିରେ ସେ ସୁଶାନ୍ତଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ। ଭୂମିକା ସୁଶାନ୍ତଙ୍କ ଏକ ଫଟୋ ପୋଷ୍ଟ କରି ଳେଖିଛନ୍ତି ‘ ପାଖାପାଖି ୨୦ ଦିନ ହୋଇଗଲାଣି। ମୁଁ ସକାଳୁ ଉଠିବା ମାତ୍ରେ ମୋ ମନରେ ତୁମର ଭାବନା ହିଁ ଆସୁଛି। ଏମିତି କ’ଣ ଥିଲା ଯେ ତମେ ଆତ୍ମହତ୍ୟା କଲ, ତାହାକୁ ନେଇ ମୁଁ ଆଶ୍ଚର୍ଯ୍ୟ ହୋଇଛି। ମୁଁ ତୁମ ସହିତ ସ୍କ୍ରିନ ସେୟାର କରିଥିଲି, ତୁମ ସହିତ ଏକ ଭଲ ସମ୍ପର୍କ ରହିଥିଲା। ଯଦି ତୁମେ ଡିପ୍ରେସନରେ ଥିଲ, ତେବେ ତୁମେ କଥା ହେବାର ରହିଥିଲା।
ତୁମେ ଅନେକ ଭଲ ଫିଲ୍ମ କରିଛ। ମୁଁ ଜାଣିଛି, ଏଠାରେ ତିଷ୍ଠିବା ସହଜ ନୁହେଁ। ମୁଁ ୫୦ରୁ ଉର୍ଦ୍ଧ୍ୱ ଫିଲ୍ମ କରିବା ପରେ ମଧ୍ୟ ଇଣ୍ଡଷ୍ଟ୍ରୀରେ ଜଡିତ ହୋଇ ରହିବା ବହୁତ ମୁସ୍କିଲ ଥିଲା। କିନ୍ତୁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବି, ଏପର୍ଯ୍ୟନ୍ତ ମୁଁ କାମ କରୁଛି। ଏହି ଜୀବନରେ ବିନା ପରିଶ୍ରମ ଏବଂ ଚେଷ୍ଟାରେ କିଛି ବି କରିବା ସମ୍ଭବ ନୁହେଁ। ଭଗବାନ କରନ୍ତୁ ସତ୍ୟ ସାମ୍ନାକୁ ଆସୁ। ଆଉ ତୁମେ ଯେଉଁଠି ବି ଥାଏ, ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ।