Below header

ଦେଶରେ ଲକ୍ଷେ ପାଖାପାଖି ଦୈନିକ ଆକ୍ରାନ୍ତ ସଂଖ୍ୟା, ୨୪ ଘଣ୍ଟାରେ ୯୭ ହଜାର ୮୯୪ ନୂଆ ମାମଲା, ୧୧୩୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ଭିତରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବୁଧବାର ୯୭ ହଜାର ୮୯୪ ନୂଆ ମାମଲା ସାମ୍ନାକୁ ଆସିଥିବା ଜଣାଯାଇଛି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ୫୧ ଲକ୍ଷ ପାର କରିଯାଇଥିବା ନେଇ ରେକର୍ଡ ହୋଇଛି । ଆଉ ମଧ୍ୟ ମାତ୍ର ୧୧ଦିନ ମଧ୍ୟରେ ଦେଶରେ ସଂକ୍ରମିତ ସଂଖ୍ୟା ୪୦ ଲକ୍ଷରୁ ୫୦ ଲକ୍ଷ ଛୁଇଁଥିବା ନେଇ ରେକର୍ଡ ହୋଇଛି । ଗୋଟେ ପଟେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ସୁସ୍ଥତା ହାର ବି ସେହି ଅନୁପାତରେ ବଢି ବଢି ଚାଲିଛି । ଏକ ରିପୋର୍ଟ ଅନୁଯାୟୀ, ଏଯାବତ ୪୦ ଲକ୍ଷ ୨୫ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୧୧୩୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା । ଏହାକୁ ମିଶାଇ ମୃତକ ସଂଖ୍ୟା ୮୩ ହଜାର ୧୯୮ ଛୁଇଁଥିବା ନେଇ ଜଣାଯାଇଛି ।

ମୋଟ ଭାବରେ ଯଦି ଦେଖାଯାଏ ତେବେ ସଂକ୍ରମିତ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୨୫୪ ଛୁଇଁଥିବା ବେଳେ ୧୦ ଲକ୍ଷ ୯ ହଜାର ୯୭୯ ଜଣଙ୍କର ଚିକିତ୍ସା ଚାଲିଛି । ଯେବେକି ୪୦ ଲକ୍ଷ ୨୫ ହଜାର ୮୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୬ ତାରିଖ ଯାଏଁ ପାଖାପାଖି ୬ କୋଟି ନମୁନା ମାନଙ୍କର ଯାଞ୍ଚ ହୋଇଥିବା ବେଳେ କେବଳ ବୁଧବାର ୧୧ ଲକ୍ଷ ୩୬ ହଜାର ୬୧୩ ନମୁନା ଯାଞ୍ଚ ହୋଇଛି । ଅନ୍ୟ ପକ୍ଷରେ ବିଶ୍ଵସ୍ତରରେ ବି କରୋନା ଆକ୍ରାନ୍ତ ସଂଖ୍ୟା ବିଶ୍ୱରେ ୩ କୋଟି ପାର ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.