କୁକୁର ଲାଗି ଆରମ୍ଭ ହୋଇଥିବା ଝଗଡ଼ା ପାଇଁ କୋର୍ଟରେ ପହଞ୍ଚିଲେ ଏହି ବଲିଉଡ୍‌ ଅଭିନେତା, ପତ୍ନୀଙ୍କୁ ମାଗିଲେ ଛାଡ଼ପତ୍ର

ବଲିଉଡ୍‌ ଅଭିନେତା ଅରୁଣୋଦୟ ସିଂହ ଓ ତାଙ୍କ କାନାଡିୟାନ୍‌ ପତ୍ନୀ ଲି ଏଲଟନ୍‌ଙ୍କ ମଧ୍ୟରେ ଏକ କୁକୁର ଯୋଗୁ ଝଗଡ଼ା ହୋଇ କଥା ଛାଡ଼ପତ୍ରରେ ପହଞ୍ଚିଛି। ଛାଡ଼ପତ୍ର ନେଇ ଦାଖଲ ହୋଇଥିବା ପିଟିସନ୍‌ ଉପରେ ବୁଧବାର ଦିନ ଜବଲପୁର ହାଇକୋର୍ଟ ଶୁଣାଣି କରିଛନ୍ତି। ଅରୁଣୋଦୟଙ୍କ କୁକୁର ଓ ତାଙ୍କ ପତ୍ନୀଙ୍କ କୁକୁର ମଧ୍ୟରେ ଝଗଡ଼ାରୁ ଆରମ୍ଭ ହୋଇଥିବା ଏହି ଝଗଡ଼ାକୁ ନେଇ ହାଇକୋର୍ଟ ପରିବାର କୋର୍ଟଠାରୁ ରିପୋର୍ଟ ମାଗିଛନ୍ତି। ସମ୍ପୂର୍ଣ୍ଣ ମାମଲା ଏକତରଫା ଛାଡ଼ପତ୍ରକୁ ଚ୍ୟାଲେଞ୍ଜ ଦେବା ସହ ଜଡ଼ିତ। ମାମଲାର ଆଗାମୀ ଶୁଣାଣି ଅକ୍ଟୋବର ୬ରେ ହେବ।

ମାମଲାରେ ଲି ଏଲଟନ୍‌ କହିଛନ୍ତି ଅରୁଣୋଦୟ ତାଙ୍କୁ ଛାଡ଼ପତ୍ର ନେଇ କିଛି ସୂଚନା ଦେଇନଥିଲେ। ସେ ତାଙ୍କ ବିରୋଧରେ ଏକତରଫା ଡିକ୍ରି ହାସଲ କରିଛନ୍ତି। ଏହି କାରଣରୁ ଭୋପାଳ କୋର୍ଟଙ୍କ ଆଦେଶକୁ ଖାରଜ କରାଯାଉ। ଲି କହିଛନ୍ତି ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଦୂରତା ଆସିଥିଲା। ଅରୁଣୋଦୟ ଅଚାନକ ୨୦୧୯ରୁ ତାଙ୍କ ପାଖକୁ ଯିବା ଆସିବା କରିବା ବନ୍ଦ କରି ଦେଇଥିଲେ। ୧୦ ମେ ୨୦୧୯ରେ ସେ ଭୋପାଳ ପରିବାର ଅଦାଲତରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ।

arunoday2

ଏହି ସମୟରେ ଲି କାନାଡ଼ାରେ ଥିଲେ। ଏଣୁ ଛାଡ଼ପତ୍ର ବିଷୟରେ ସେ କିଛି ବି ଜାଣି ନଥିଲେ। ଛାଡ଼ପତ୍ର ବିଷୟରେ ଜାଣିବା ପରେ ଲି ଅରୁଣୋଦୟଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ଭରଣପୋଷଣ ଓ ବୈବାହିକ ସମ୍ପର୍କକୁ ପୁନଃସ୍ଥାପନ କରିବା ପାଇଁ କେସ୍‌ ଦେଇଥିଲେ। ଇତି ମଧ୍ୟରେ ୧୮ ଡିସେମ୍ବର ୨୦୧୯ରେ ଲି ଏଲଟନ୍‌ଙ୍କ ଅଜ୍ଞାତରେ ଅରୁଣୋଦୟ ଭୋପାଳ କୋର୍ଟରେ ଛାଡ଼ପତ୍ର ମାମଲାରେ ଏକତରଫା ଡିକ୍ରି ହାସଲ କରିନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.