Below header

ଢେଙ୍ଗାନାଳ କୋରିଆଁ ବାଇପାସ୍‌ ଛକ ନିକଟରୁ ୧୫ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍ଗାନାଳ: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ବାଇପାସ ଛକ ନିକଟରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି। ଯାହାର ଲମ୍ବ ପ୍ରାୟ ୧୫ ଫୁଟରୁ ଅଧିକ ହେବ । ଅଜଗରଟି ନିକଟସ୍ଥ ଜଂଗଲରୁ NH କୁ ପାର ହୋଉଥିବାର ସ୍ଥାନୀୟ ଅଞ୍ଚଳବାସୀ ଦେଖି ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ ।

ଖବର ପାଇ ୱ।ଇଲ୍ଡ ଲାଇଫ ଏଣ୍ଡ ସ୍ନେକ୍‌ ରିସକ୍ଯୁର ଏକ ୪ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଖୋଜାଖୋଜି କରିଥିଲେ । ସାପଟି ଏକ ଟ୍ରକ ତଳେ ରହିଥିବାର ଦେଖିବା ପରେ ସେଠାରୁ ଉଦ୍ଧାର କରିଥିଲେ । ଏହାପରେ ସାପଟିକୁ ଜଙ୍ଗଲ ଭିତରେ ଛାଡିଦିଆ ଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.