ଯାଜପୁର ଜିଲାରେ ବନ୍ୟା ଜନିତ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କଲେ ୩ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାର ବନ୍ୟା ଜନିତ କ୍ଷୟକ୍ଷତି ସ୍ଥିତିର ସମୀକ୍ଷା କରିବା ପାଇଁ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ବିଂଝାରପୁର ଏବଂ ବରୀ ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ପ୍ରଥମେ ବିଂଝାରପୁର ବ୍ଲକ ନାଉବାଙ୍କ ଘାଇ ଅଂଚଳ ପରିଦର୍ଶନ
କରିଥିଲେ । ଏହି ଟିମ ଘାଇ ଅଂଚଳ ପରିଦର୍ଶନ କରି ବନ୍ୟା ଜନିତ କ୍ଷୟକ୍ଷତିର ସମୀକ୍ଷା କରିବା ସହିତ କ୍ଷୟକ୍ଷତିର ମଧ୍ୟ ଆକଳନ କରିଥିବା ଜଣାପଡିଛି ।

ଚାଷ କାର୍ଯ୍ୟ,ରାସ୍ତାଘାଟ ଆଦି କେତେ ପ୍ରଭାବିତ ହୋଇଛି ସେ ସଂପର୍କରେ ଯାଜପୁର ଜିଲାପାଳ ଚକ୍ରବର୍ତି ସିଂ ରାଠୋର ଟିମ୍ କୁ ଅବଗତ କରିଛନ୍ତି । ଏହା ପରେ ବରୀ ବନ୍ୟାଞ୍ଚଳ ଗସ୍ତ କରିଛନ୍ତି। ସନ୍ଥନ ଏବଂ ଅରୁଆଳ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.