Below header

ଦେଶରେ କମୁଛି କରୋନା ପ୍ରାଦୁର୍ଭାବ, ଗତ ୨୪ ଘଣ୍ଟାରେ ୬୨ ହଜାର ୨୧୨ ନୂଆ ଆକ୍ରାନ୍ତ ଚିହ୍ନଟ, ୮୩୭ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମିତ ସଂଖ୍ୟାରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ୬୨ ହଜାର ୨୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୭୪ ଲକ୍ଷ ପାର ହୋଇଛି । ସେପଟେ କରୋନାରୁ ଆରୋଗ୍ୟ ଲାଭ କରିଥିବା ବା ସୁସ୍ଥ ହୋଇଥିବା ସଂଖ୍ୟା ବି ୬୫ ଲକ୍ଷ ପାର ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪
ଘଣ୍ଟା ଭିତରେ ଦେଶର ବିଭିନ୍ନ ପ୍ରାନ୍ତରୁ ୮୩୭ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ୧ ଲକ୍ଷ ୧୨ ହଜାର ୯୯୮ରେ ପହଂଚିଛି ମୃତ୍ୟୁ ସଂଖ୍ୟା । ମୋଟ ରୂପେ ଯଦି ଦେଖାଯାଏ ତେବେ ଜଣା ଯିବକି ଏଯାବତ ୭୪ ଲକ୍ଷ ୩୨ ହଜାର ୬୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯେବେକି ସୁସ୍ଥ ସଂଖ୍ୟା ୬୫ ଲକ୍ଷ ୨୪ ହଜାର ୫୯୬ ଛୁଇଁଛି । ଦେଶରେ କିଛି ଦିନ ହେବ କମି କମି ଚାଲିଛି ଦୈନିକ ସଂକ୍ରମିତ ସଂଖ୍ୟା । ଏବେ ଦେଶରେ ୭ ଲକ୍ଷ ୯୫
ହଜାର ୮୭ ସକ୍ରିୟ ମାମଲା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.