ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ବିଜୟଧାରାକୁ ଫେରିବାକୁ ଚେଷ୍ଟା କରିବ ଉଭୟ ଦଳ

ଆଜି ଆଇପିଏଲରେ ୩୩ତମ ଲିଗରେ ପରସ୍ପରକୁ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚରେ ପରାଜିତ ହୋଇଥିଲେ। ତେଣୁ ଦୁହେଁ ମ୍ୟାଚ ଜିତି ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବେ। ରୟାଲ୍ସ ୧୩ରନରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ୮ ୱିକେଟରେ କିଙ୍ଗ୍ସ ଏକାଦଶ ପଞ୍ଜାବ ନିକଟରୁ ପରାସ୍ତ ହୋଇଥିଲା। ତେଣୁ ଆଜିର ମ୍ୟାଚ୍ ଜରିଆରେ ବିଜୟଧାରାକୁ ଫେରିବା ଉଭୟ ଦଳର ଲକ୍ଷ୍ୟ ହେବ। ମ୍ୟାଚ୍ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ।

ଚଳିତ ସିଜନର ପ୍ରଥମ ଭେଟରେ ରୟାଲ୍ସକୁ ୮ ୱିକେଟରେ ହରାଇଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ। ରୟାଲ୍ସ ଦଳ ୮ଟି ମ୍ୟାଚରୁ ମାତ୍ର ୩ଟିରେ ବିଜୟୀ ହୋଇଛି । ତେଣୁ ଦଳକୁ ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ମ୍ୟାଚ୍ ଜିତିବା ଜରୁରୀ ।

ipl news

ସମ୍ଭାବ୍ୟ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ: ଆରୋନ୍ ଫିଞ୍ଚ, ଦେବଦତ୍ତ ପାଡିକଲ୍, ବିରାଟ କୋହଲି (ଅଧିନାୟକ), ଏବି ଡି’ଭିଲର୍ସ, ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, କ୍ରିସ୍ ମୋରିସ୍, ଇସୁରୁ ଉଦାନା, ନବଦୀପ ସାଇନି, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ ।

ସମ୍ଭାବ୍ୟ ଦଳ ରାଜସ୍ଥାନ ରୟାଲ୍ସ : ବେନ୍ ଷ୍ଟୋକ୍ସ, ଜୋସ ବଟଲର, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ସଞ୍ଜୁ ସାମସନ୍, ରବିନ୍ ଉଥପ୍ପା, ରିୟାନ୍ ପରାଗ, ରାହୁଲ ତେୱାତିଆ, ଜୋଫ୍ରା ଆର୍ଚର, ଜୟଦେବ ଉନାକାତ୍, କାର୍ତ୍ତିକ ତ୍ୟାଗୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.