ଆଜି ରାଜ୍ୟରେ ୨୧୯୬ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ଯା‌। ଆଜି ଆଉ ୨୧୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୨୭୪ ରହିଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୯୨୨। ଖୋର୍ଦ୍ଧା ଜିଲ୍ଲାରୁ ଆଜି ମଧ୍ୟ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରୁ ୧୭୫, ସୁନ୍ଦରଗଡ଼ରୁ ୧୪୦, ମୟୁଭଞ୍ଜରୁ ୧୧୯ , ଯାଜପୁରରୁ ୧୧୩ , ନୂଆପଡ଼ାରୁ ୧୦୮ ଓ ବାଲେଶ୍ୱରରୁ ୧୦୪ଜଣ ନୂଆ ଆକ୍ରାନ୍ତ ରହିଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ୍‌ ୨ଲକ୍ଷ ୬୬ହଜାର ୩୪୫ କୁ ବୃଦ୍ଧି ପାଇଛି। ୨ ଲକ୍ଷ ୪୧ ହଜାର ୩୮୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ରହିଛି ୨୩ ହଜାର ୭୮୬।

 ସେହିପରି ରାଜ୍ୟରେ କରୋନାରେ ଆଉ ୧୭ଜଣଙ୍କ ମୃତ୍ଯୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫ ଆକ୍ରାନ୍ତ ମୃତ୍ୟୁ ହୋଇଛି। କଟକରୁ ୨ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି। ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ୍‌। ରାଜ୍ୟରେ କରୋନାଜନିତ ମୃତ୍ୟୁ ୧୧୨୧କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.