ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ପୂଜା କରିବାର ବିଧି ଓ ଶୁଭ ମୁହୂର୍ତ୍ତ
ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୭ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି। ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ନବରାତ୍ରୀର ପ୍ରଥମ ଦିନରେ ପୂଜାରେ ଅନେକ ବିଶେଷ ଜିନିଷର ଯତ୍ନ ନେବାକୁ ପଡିଥାଏ। ତେବେ ମା’ଙ୍କୁ ପୂଜା କରିବାର ବିଧି ଓ ବିଧାନ ଅଲଗା ହୋଇଥାଏ। ତେଣୁ ଆସନ୍ତୁ ଜାଣିବା କିପରି ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କିଭଳି ପୂଜା କରିବେ।
ନବବ୍ରତୀର ପ୍ରଥମ ଦିନରେ ମାତାଙ୍କର ଶୈଳପୁତ୍ରୀଙ୍କୁ ଉପାସନା କରାଯାଏ। ହିମାଳୟଙ୍କର ଝିଅ ହୋଇଥିବାରୁ ତାଙ୍କ ନାମ ଶୈଳପୁତ୍ରୀ। ପୂର୍ବ ଜନ୍ମରେ ତାଙ୍କ ନାମ ସତୀ ଥିଲା ଯିଏକି ଭଗବାନ ଶିବଙ୍କ ପତ୍ନୀ ରହିଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଯେତେବେଳେ ଭଗବାନ ଶିବକୁ ଅପମାନ କରିଥିଲେ, ଏହି କାରଣ ଯୋଗୁଁ ଯଜ୍ଞ ଅଗ୍ନିରେ ନିଜକୁ ଭସ୍ମ କରିଦେଇଥିଲେ ସତୀ।
ପରବର୍ତ୍ତୀ ଜୀବନରେ, ଏହି ସତୀ ଶୈଳୀପୁତ୍ରୀ ହୋଇ କେବଳ ଭଗବାନ ଶିବଙ୍କୁ ବିବାହ କରିଥିଲେ । ତେଣୁ ମାତା ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ମା’ଙ୍କ ପାଖରେ ଶୁଦ୍ଧ ଘିଅରେ ଭୋଗ ଲଗାଇବା ଉଚିତ। ଏହା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ମାନ ପ୍ରଦାନ କରେ।
କେମିତି କରିବେ ମା’ଙ୍କ ପୂଜା ?
ନବବ୍ରତୀର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ । ମା’ ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ।
କଳସ ସ୍ଥାପନା କରିବାର ମୁହୂର୍ତ୍ତ:
କଳସ ସ୍ଥାପନା ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କରାଯାଏ। ଏଥର ପ୍ରତିପତା ତିଥି ରାତି ୯.୦୮ ପର୍ଯ୍ୟନ୍ତ ରହିସବ । ତେଣୁ କଳସ ରାତ୍ରୀ ୯.୦୮ ପୂର୍ବରୁ କରନ୍ତୁ। ଏହି ଦିନରେ ଚାରିଟି ଶୁଭମୁହୂର୍ତ୍ତ ରହିଛି। ସକାଳ ୭.୩୦ରୁ ୯ଟା, ଦିନ ୧.୩୦ରୁ ୩ଟା, ୩ଟାରୁ ୪.୩୦ ଏବଂ ସନ୍ଧ୍ୟା ୬ଟାରୁ ୭.୩୦ ଶୁଭମୁହୂର୍ତ୍ତ ରହିଛି। ଏହି ସମୟରେ ଆପଣ କୌଣସି ଶୁଭକାର୍ଯ୍ୟ କରିପାରିବେ।