Below header

ଭାରତରେ ସଂଗୀନ ସ୍ଥିତିରେ କରୋନା, ଗତ ୨୪ ଘଣ୍ଟା ଭିତରେ ୭୬ ହଜାର ୪୭୨ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦୨୧ ମୃତ

ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ପାର ହେବାକୁ ବସିଲାଣି । ଗତ ୨୪ ଘଣ୍ଟା ଭିତରେ ୭୬୪୭୨ ନୂଆ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୧୦୨୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ପାଖାପାଖି ୬୨ ଅତିକ୍ରମ କଲାଣି । ପୁରା ତଥ୍ୟ ଦେଖିଲେ, ଦେଶରେ ଏଯାବତ ୬୨୫୫୦ ରେ ପହଂଚିଲାଣି ମୃତ୍ୟୁ ସଂଖ୍ୟା । ଯେବେକି ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ ପହଂଚିଛି । ଏହା ମଧ୍ୟରୁ ୭ ଲକ୍ଷ ୫୨ ହଜାର ୪୨୪ ଜଣଙ୍କର ଉପଚାର ଚାଲିଥିବା ବେଳେ ୨୬ ଲକ୍ଷ ୪୮ ହଜାର ୯୯୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହି ସଂକ୍ରାମିତଙ୍କ ତାଲିକାରେ ବିଦେଶୀ ନାଗରିକ ବି ସାମିଲ ଅଛନ୍ତି ।

ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୭୬.୪୭ ପ୍ରତିଶତରେ ପହଁଚିଥିବା ବେଳେ ମୃତ୍ୟୁ ହାର ୧.୮୧ ପ୍ରତିଶତରେ ସ୍ଥିର ରହିଛି । ଆଉ ୨୧.୭୨ ପ୍ରତିଶତଙ୍କର ଏବେ ବି ଚିକିତ୍ସା ଚାଲିଛି । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥାନ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଦେଶବ୍ୟାପୀ ଅଗଷ୍ଟ ୨୮ ତାରିଖ ସୁଦ୍ଧା ୪ କୋଟି ୪ ଲକ୍ଷ ୬ ହଜାର ୬୦୯ ନମୁନା ଯାଞ୍ଚ ସାରିଥିବା ବେଳେ ଗତ ଶୁକ୍ରବାର ଦିନ ହିଁ ୯ ଲକ୍ଷ ୨୮ ହଜାର ୭୬୧ ନମୁନା ପରୀକ୍ଷଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.