UGVCL ରେ ନିଯୁକ୍ତି ସୁଯୋଗ, ଗ୍ରାଜୁଏଟ୍‌ ପ୍ରାର୍ଥୀ ସେପ୍ଟେମ୍ବର ୧୫ ପୂର୍ବରୁ କରିପାରିବେ ଆବେଦନ

ଚାକିରି ସନ୍ଧାନରେ ଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଗୁଜରାଟ ଓ୍ଵିଜ୍‌ କମ୍ପାନୀ ଲିମିଟେଡ୍‌ରେ ଖାଲି ପଡ଼ିଛି ଅନେକ ଅପରେଣ୍ଟିସ ପଦବୀ। ଇଚ୍ଛୁକ ପ୍ରାର୍ଥୀ ସେପ୍ଟେମ୍ବର ୧୫ ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି କଣ୍ଟ୍ରାକ୍‌ଚୁଆଲ ଆଧାରରେ ହେବ। ଏଥିପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବା ଆବଶ୍ୟକ।

ସବୁଠାରୁ ଖାସ୍‌ କଥା ହେଉଛି ଏହି ନିଯୁକ୍ତି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ। ଏଠାରେ ମୋଟ ୫୬ଟି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସେଥିମଧ୍ୟରୁ ୩୯ଟି ପୁରୁଷଙ୍କ ପାଇଁ ଓ ୧୭ଟି ମହିଳାଙ୍କ ପାଇଁ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଇ କିମ୍ବା ବିଟେକ୍‌ ମଗାଯାଇଛି। ପ୍ରାର୍ଥୀଙ୍କ ବୟସ ୨୮ ବର୍ଷ ହୋଇଥିବା ଆବଶ୍ୟକ।

job2

ଏଥିପାଇଁ ଆବେଦନ ପତ୍ର ଆଡିସନାଲ ଜେନେରାଲ ମ୍ୟାନେଜର, କର୍ପୋରେଟ୍‌ ଅଫିସ, ଉତ୍ତର ଗୁଜରାଟ ଓ୍ଵିଜ୍‌ କମ୍ପାନୀ ଲିମିଟେଡ୍‌, ବିସ୍‌ନଗର ରୋଡ, ମେହସାଣା-୩୮୪୦୦୧ରେ ପଠାଇବାକୁ ପଡ଼ିବ। ଆବେଦନ ପତ୍ର ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ପଠାଇବାକୁ ହେବ। ଆବେଦନ କରିବାକୁ ଚାହୁଁଥିଲେ ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ସମ୍ପୂର୍ଣ୍ଣ ବିବରଣୀ ଚେକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.