Below header

ଲଦାଖ ଠାରେ ଭାରତ ପକ୍ଷରୁ ଆରମ୍ଭ ହୋଇଛି ଯୁଦ୍ଧ ଅଭ୍ୟାସ, ଆକାଶରେ ଉଡୁଛି ଲଢୁଆ ବିମାନ

ଚୀନ ସେନାଙ୍କ ସହ ଗତ ଜୁନ ୧୫ ତାରିଖରେ ଘମାଘୋଟ ସଂଘର୍ଷ ଘଟଣା ପରେ ଭାରତ ଓ ଚୀନ ମଧ୍ୟରେ ଏକ ପ୍ରକାର ତିକ୍ତତାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ଚୀନ ପକ୍ଷ ସୀମାବର୍ତ୍ତୀ ଅଂଚଳ ଗୁଡିକରେ ନିଜ ପକ୍ଷର ସୈନ୍ୟସଂଖ୍ୟା ବଢ଼ାଇ ଦେଇଛନ୍ତି । ଏହା ସହ ଭାରତ ସହ ଯୁଦ୍ଧ କରିବା ପାଇଁ ସମର ସଜ୍ଜା ମଧ୍ୟ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ନିଜ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଲଦାଖର ଲେହ ଠାରେ ଭାରତୀୟ ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଏକ ବଡ ଧରଣର ଯୁଦ୍ଧଭ୍ୟାସ ଆରମ୍ଭ କରି ଦିଆଯାଇଛି । ଏହି ବିମାନରେ ଫାଇଟର ଓ ଟ୍ରାନ୍ସପୋର୍ଟ ବିମାନ ଗୁଡିକୁ ସାମିଲ କରାଯାଇଛି । ଏଥିରେ ସେନା ତରଫରୁ ଶୁଖୋଇ-୩୦ ଏମକେଆଇ ପରି ଅତ୍ୟାଧିନିକ ଲଢୁଆ ଯୁଦ୍ଧ ବିମାନ ଗୁଡିକୁ ମଧ୍ୟ ସାମିଲ କରାଯାଇଛି । ଏହାବାଦ ଖବର ଅନୁଯାୟୀ, ଏହି ଯୁଦ୍ଧବ୍ୟାସରେ ଶୁଖୋଇ ଲଢୁଆ ବିମାନ ଓ ଚିନୁକ ହେଲିକପ୍ଟରକୁ ମଧ୍ୟ ସାମିଲ କରାଯାଇଛି ।

chinese plane new

ଏହାବାଦ ଏହି ଅଭ୍ୟାସରେ ମିଗ -୧୭ ହେଲିକପ୍ଟର ଗୁଡିକ ମଧ୍ୟ ଭାଗ ନେଇଛନ୍ତି । ଶୁଖୋଇ-୩୦ ଦ୍ୱାରା ଆକାଶ ମାର୍ଗରେ ସୁରକ୍ଷା ଘେରକୁ ମଧ୍ୟ ମଜବୁତ କରାଯାଇଥିଲା । ସେନାର ମାଲବାହକ ବିମାନ ରସଦ, ତୋପ, ସିପାହୀ ମାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କୋଅର୍ଡିନେସନ ଅପରେସନ ମଧ୍ୟ ଆରମ୍ଭ କରାଯାଇଛି । ଭାରତୀୟ ସେନା ତରଫରୁ କୁହାଯାଇଛିକି, ବର୍ତ୍ତମାନ ସମୟରେ ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା ଏଲଏସି ଅଂଚଳରୁ ସୁରକ୍ଷା ବ୍ୟବସ୍ଥା କମ କରିବା ଆଦୌ ଉଚିତ ନୁହେଁ । କାରଣ ଏବେ ବି ଗଳବାନ ଘାଟି, ପିଓଗ୍ୟାଙ୍ଗ ହ୍ରଦ, ଦୌଲତା ବେଗ ଓଲଡ଼ି ଅଂଚଳ ମାନଙ୍କରେ ଚୀନ ସେନା ପୂର୍ବପରି ନିଜ ଛାଉଣୀ ମଜବୂତ କରିବାରେ ଲାଗିଛି ।

ଏମିତି ସ୍ଥିତିରେ ସୁରକ୍ଷା ବ୍ୟବସ୍ଥା ହାଲୁକା କରିବା ଜମା ବି ଉଚିତ ହେବ ନାହିଁ । ସେନାଙ୍କ ପରିବହନ ପାଇଁ ହରକ୍ୟୁଲିସ ସମେତ ଭିନ୍ନ ଭିନ୍ନ ମାଲବାହକ ବିମାନ ଗୁଡିକୁ ମଧ୍ୟ ଭାଗ ନେଇଛନ୍ତି । ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲ ବା ଏଲଏସିରେ ଜାରି ରହିଥିବା ହାତାହାତି ସ୍ଥିତିରେ ଏହି ଯୁଦ୍ଧଭ୍ୟାସ ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଅଭ୍ୟାସକୁ ନିରନ୍ତର କାର୍ଯ୍ୟକାରୀ କରାଯିବ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।ନିକଟରେ ଚୀନ ସେନା ତରଫରୁ କରାଯାଉଥିବା ଏକ ଯୁଦ୍ଧଭ୍ୟାସ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.