ନବରଙ୍ଗପୁର ଉମରକୋଟ ସହର ଆଜିଠୁ ତିନି ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା

ନବରଙ୍ଗପୁର: ନବରଙ୍ଗପୁର ଉମରକୋଟ ସହର ଆଜିଠୁ ତିନି ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡାଉନ୍‌ କରାଯାଇଛି । ଆଜି ପ୍ରଥମ ଦିନରେ ପୋଲିସ ପକ୍ଷରୁ କଡ଼ାକଡ଼ି ପେଟ୍ରୋଲିଂ କରାଯାଉଛି । ସଟ୍‌ଡାଉନ୍‌ ଯୋଗୁ ସହରର ସମସ୍ତ ଦୋକାନା ବଜାର ବନ୍ଦ ରହିଛି ।

ପଞ୍ଚାୟତସ୍ତରରେ ସଟ୍‌ଡାଉନ୍‌ କଡାକଡି କରିବା ପାଇଁ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି । ମାଲବାହୀ ଗାଡି ଓ ଆମ୍ବୁଲାନ୍ସକୁ ଛାଡି ଆଉ କାହାରିକୁ ଛଡା ଯାଉନାହିଁ । ଆଜି ଜିଲ୍ଲାରେ ସର୍ବାଧିକ ୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉମରକୋଟ ବ୍ଲରୁ ୧୦, ଝରିଗାଁରୁ ୨, ପାପଡାହାଣ୍ଡିରୁ ୨, କୋଶାଗୁମୁଡା ବ୍ଲକରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.