ବାଃ ବାଃରେ ହାତୀ ଛୁଆର ଖେଳ: ଗଡ଼ାଣିଆ ରାସ୍ତାରେ ବସି ବସି ଖସି ଆସିଲା ତଳକୁ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ। ଏସବୁ ଭିଡିଓକୁ ଲୋକମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ଏବେ ସେହିଭଳି ଏକ ହାତୀର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ହାତୀ ଏକ ଗଡ଼ାଣିଆ ସ୍ଥାନରେ କିଭଳି ତଳକୁ ଆସୁଛି ତାହା ଦେଖାଯାଇଛି। ଭିଡିଓଟିକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଭିଡିଓ:


ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଏହି ହାତୀ ଗଡ଼ାଣିଆ ସ୍ଥାନ ଅତିକ୍ରମ କରିବାକୁ ଚାହୁଁଛି। କିନ୍ତୁ ଗୋଡ଼ ଖସିବା ଭୟରେ ସେ ବସି ପଡ଼ୁଛି ଓ ତଳକୁ ଖସି ଆସୁଛି। ଭିଡିଓକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ଭିଡିଓଟିକୁ ସେୟାର କରି ସୁଶାନ୍ତ କ୍ୟାପସନ୍‌ରେ ଲେଖିଛନ୍ତି ‘ଖସିବା ଖେଳ ଖେଳିବା କଳା ପିଲାଙ୍କ ଜିନ୍‌ରେ ହିଁ ଥାଏ’।

A Humane World

ଏହି ଭିଡିଓକୁ ସୁଶାନ୍ତ ଜୁନ୍‌ ୨୫ ତାରିଖରେ ସେୟାର କରିଥିଲେ। ଭିଡିଓଟିକୁ ଏବେ ଯାଏଁ ୮୦ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି। ଏଥିସହ ୯ ହଜାରରୁ ଅଧିକ ଲାଇକ୍‌ ଓ ହଜାରେରୁ ଊର୍ଦ୍ଧ୍ୱ ଥର ରିଟ୍ଵିଟ୍‌ କରାଯାଇଛି। ଲୋକମାନେ ମଧ୍ୟ ଭିଡିଓକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ଦେଖନ୍ତୁ ଲୋକଙ୍କର କିଛି ରିଆକ୍ସନ୍‌…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.