ଦୁଇ ମାସ ଭିତରେ ୧୨୦ଟି ଦେଶଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଓ ପାରାସିଟେମଲ ଔଷଧ ଯୋଗାଇଛି ଭାରତ

ଗତ ଦୁଇ ମାସ ଭିତରେ ଭାରତ ପାଖାପାଖି ୧୨୦ ଟି ଦେଶଙ୍କୁ ପାରାସିଟେମଲ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଯୋଗାଇଛି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗମନ୍ତ୍ରୀ ପିୟୁଷ ଗୋୟଲଙ୍କ ଅନୁଯାୟୀ କୋଭିଡ-19 ମହାମାରୀ କାରଣରୁ ବିଶ୍ଵବ୍ୟାପୀ କିଛି ଦିନ ହେବ ଏହି ଔଷଧ ଗୁଡିକର ଚାହିଦା ଖୁବ ଅଧିକ ପରିମାଣରେ ବଢିଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଅନୁଯାୟୀ କେବଳ ଧନୀ ଦେଶଙ୍କୁ ଅଗ୍ରାଧିକାର ଦିଆନଯାଇ ଅନ୍ୟ ଦେଶଂକୁ ସୁବିଧା ଯୋଗାଇବା ପାଇଁ ଦେଶ ତରଫରୁ ସବୁ ସମୟରେ ଗୁରୁତ୍ୱ ଦିଆଯାଇ ଆସିଛି । ଏଭିତରେ ୪୦ ରୁ ଅଧିକ ଦେଶଙ୍କୁ ଏହି ଔଷଧ ମାଗଣାରେ ଯୋଗାଯାଇଛି ।

piyush goyal: Latest News, Videos and piyush goyal Photos | Times ...

ମନ୍ତ୍ରୀଙ୍କ ବୟାନ ଅନୁଯାୟୀ, ଯଦି ଏହି ପଦକ୍ଷେପ ନିଆଯାଇ ନଥାନ୍ତା ତେବେ ଧନୀ ତଥା ସମୃଦ୍ଧଶାଳୀ ଦେଶ ମାନେ ହିଁ କେବଳ ଏହାର ଲାଭ ଉଠାଇ ପାରିଥାନ୍ତେ । ମନ୍ତ୍ରାଳୟ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ପ୍ରଥମେ ଦେଶରେ ଔଷଧର ଉପଯୋଗ ନେଇ ତଦନ୍ତ କରାଯାଇଥିଲା । ଅନ୍ୟ ଦେଶମାନଙ୍କୁ ଯୋଗାଯାଇ ବି ଦେଶରେ ଯେମିତି ଔଷଧର କୌଣସି ଅଭାବ ନ ଘଟେ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା । ସେ ଏହା ମଧ୍ୟ କହିଛନ୍ତିକି, ଭାରତ ପ୍ରଥମେ ନିଜ ଔଷଧ ଆବଶ୍ୟକତା ପୁରଣ କରିବା ଉପରେ ଗୁରୁତ୍ୱ ଦେଇଥିଲା ।

ନିଜ ଦରକାର ମୁତାବକ ଔଷଧ ସ୍ଟକ ରଖାଯିବା ପରେ ହିଁ ଅନ୍ୟ ଦେଶ ମାନଙ୍କୁ ସାହାଯ୍ୟ କରାଯାଇଛି । କହିରଖିବା ଉଚିତ ହେବକି, ପାରାସିଟେମଲ ଏକ ଯନ୍ତ୍ରଣା ନିବାରଣ କାରୀ ଔଷଧ । ଯେବେକି ହାଇଡ୍ରୋକ୍ସିକ୍ଲୋରୋକୁଇନକୁ ମେଲେରିଆ ଚିକିତ୍ସାରେ ବ୍ୟବହାର କରାଯାଇଥାଏ ।

 

Leave A Reply

Your email address will not be published.