Below header

କରୋନା ସଙ୍କଟ : ଭାରତକୁ ସାମାଜିକ ସୁରକ୍ଷା ପ୍ୟାକେଜ ନିମନ୍ତେ ୭ ହଜାର କୋଟି ଦେଲା ବିଶ୍ୱ ବ୍ୟାଙ୍କ

କରୋନାଭାଇରସ୍ ସଙ୍କଟ ସମୟରେ ଭାରତକୁ ୧ ବିଲିଅନ ଡଲାର ଅର୍ଥା ୭ ହଜାର କୋଟି ଟଙ୍କା ଅନୁମୋଦନ କରିଛି ବିଶ୍ୱବ୍ୟାଙ୍କ। ଦେଶର ଗରିବ ଏବଂ ଦୁର୍ବଳ ଶ୍ରେଣୀର ଶ୍ରମିକଙ୍କ ଲାଗି ସାମାଜିକ ନିରାପତ୍ତା ବୈଷୟିକ ପାଣ୍ଠି ନିମନ୍ତେ ବିଶ୍ୱ ବ୍ୟାଙ୍କ୍ ଏହି ସହାୟତା ପ୍ରଦାନ କରିଛି।

bank

ବିଶ୍ୱବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଟର୍ ଜୁନୈଦ୍ ଅହମଦ୍ କହିଛନ୍ତି, ଗ୍ରାମୀଣ ଅଞ୍ଚଳର ଗରିବଙ୍କ ପରି ନଗରାଞ୍ଚଳ ଗରିବଙ୍କ ସାମାଜିକ ନିରାପତ୍ତାର ପୁନଃଭାରସାମ୍ୟ ରକ୍ଷା କରିବା କ୍ଷେତ୍ରରେ ଏହି ପ୍ରକଳ୍ପର ଗୁରୁତ୍ବ ରହିବ। ବିଶ୍ୱ ବ୍ୟାଙ୍କ୍ କହିଛି ଯେ ଏହି ପାଣ୍ଠି ବଳରେ ଭାରତ ବୈଷୟିକ ସ୍ତରରେ ତା’ର ୪୦୦ରୁ ଅଧିକ ସାମାଜିକ ନିରାପତ୍ତା ଯୋଜନାଗୁଡ଼ିକର ସମନ୍ବୟ ରକ୍ଷା କରିପାରିବ। ବିଶ୍ବ ବ୍ୟାଙ୍କ୍ କହିଛି ଯେ ପୂର୍ବରୁ ସ୍ବାସ୍ଥ୍ୟ ପାଇଁ ଘୋଷିତ ସମାନ ପ୍ରକାରର ଏକ ପ୍ୟାକେଜ୍ ପରେ ଏହି ପାଣ୍ଠି ହେଉଛି ସର୍ବବୃହତ୍ ପ୍ରକଳ୍ପ। ଏହା ପୂର୍ବରୁ ସ୍ୱାସ୍ଥ୍ୟ ପାଇଁ ୧ ବିଲିଅନ ଡଲାର ପ୍ରଦାନ କରିଥିଲା।

corona

ସୂଚନାଯୋଗ୍ୟ, ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୮୨ ହଜାର ରହିଥିବା ବେଳେ ୨୬୪୯ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏପର୍ଯ୍ୟନ୍ତ ଦେଶରେ ୨୭,୯୨୦ ଲୋକ ସୁସ୍ଥ ହୋଇସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.