Below header

ବିଶ୍ୱବ୍ୟାଙ୍କର ଦାୟିତ୍ୱ ଗ୍ରହଣ କଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଜୟ ବଙ୍ଗା ଶୁକ୍ରବାର ବିଶ୍ୱ ବ୍ୟାଙ୍କର ୧୪ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ । ସେ ମଧ୍ୟ ପ୍ରଥମ ଅଣ-ଶ୍ବେତାଙ୍ଗ ବ୍ୟକ୍ତି ଭାବେ ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଛନ୍ତି ।

ଓ୍ବାସିଂଟନ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଅଜୟ ବଙ୍ଗା ଶୁକ୍ରବାର ବିଶ୍ୱ ବ୍ୟାଙ୍କର ୧୪ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ । ସେ ମଧ୍ୟ ପ୍ରଥମ ଅଣ-ଶ୍ବେତାଙ୍ଗ ବ୍ୟକ୍ତି ଭାବେ ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଛନ୍ତି ।

ଅଜୟ ବଙ୍ଗାଙ୍କୁ ବିଶ୍ୱ ବ୍ୟାଙ୍କର ରାଷ୍ଟ୍ରପତି ଭାବରେ ମନୋନୀତ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତ ଫେବ୍ରୁଆରୀରେ ଘୋଷଣା କରିଥିଲେ । ୬୩ ବର୍ଷୀୟ ଅଜୟ ବଙ୍ଗାଙ୍କୁ ମେ ୩ ତାରିଖରେ ବିଶ୍ୱବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ବିଶ୍ୱ ବ୍ୟାଙ୍କର ୧୪ତମ ସଭାପତି ଭାବେ ନିର୍ବାଚିତ କରିଥିଲେ। ଅଜୟ ବଙ୍ଗା ହେଉଛନ୍ତି ପ୍ରଥମ ଭାରତୀୟ ଆମେରିକୀୟ ଯିଏ କି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷତା କରିଛନ୍ତି। ସେ ଡେଭିଡ୍ ମାଲପାସଙ୍କ ସ୍ଥାନରେ ସେ ନିଯୁକ୍ତି ପାଇଛନ୍ତି।

ଅଜୟ ବଙ୍ଗାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରୁଥିବାର ଏକ ଫଟୋ ପୋଷ୍ଟ କରି ବିଶ୍ୱବ୍ୟାଙ୍କ ଶୁକ୍ରବାର ଟୁଇଟ୍ କରି କହିଛି, । ଅଜୟ ବଙ୍ଗା ଜଣେ ଭାରତୀୟ ସେନା ଅଧିକାରୀଙ୍କ ପୁତ୍ର ଓ ତାଙ୍କ ଜନ୍ମ ପୁଣେରେ । ସେ ଆଇଆଇଏମ ଅହମ୍ମଦାବାଦରୁ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.