ବାହାନଗାରେ କାହିଁକି ହେଲା ଦୁର୍ଘଟଣା, ଜଣା ପଡିଛି ମାନବୀୟ ତ୍ରୁଟି !

କରମଣ୍ଡଳ ଏକ୍ସପ୍ରେସ ଲୁପ୍‌ ଲାଇନ୍‌ରେ ପଶିଥିଲା। ଅପ୍‌ ମେନ୍‌ ଲାଇନ୍‌ ପାଇଁ ଦିଆଯାଇଥିଲା ସିଗ୍‌ନାଲ। ପରେ ସଗିନାଲକୁ ହଟାଇ ଦିଆଯାଇଥିଲା । ତଥାପି କରମଣ୍ଡଳ ଏକ୍ସପ୍ରେସ ଅପ୍‌ ଲୁପ୍‌ ଲାଇନରେ ପଶିଲା।

କେନ୍ୟୁଜ୍(ବ୍ୟୁରୋ):  ବାହାନଗାରେ କାହିଁକି ହେଲା ଦୁର୍ଘଟଣା । ଆସିଛି ପ୍ରାରମ୍ଭିକ ତଦନ୍ତ ରିପୋର୍ଟ। ଜଣା ପଡିଛି ମାନବୀୟ ତ୍ରୁଟି । କରମଣ୍ଡଳ ଏକ୍ସପ୍ରେସ ଲୁପ୍‌ ଲାଇନ୍‌ରେ ପଶିଥିଲା। ଅପ୍‌ ମେନ୍‌ ଲାଇନ୍‌ ପାଇଁ ଦିଆଯାଇଥିଲା ସିଗ୍‌ନାଲ। ପରେ ସଗିନାଲକୁ ହଟାଇ ଦିଆଯାଇଥିଲା । ତଥାପି କରମଣ୍ଡଳ ଏକ୍ସପ୍ରେସ ଅପ୍‌ ଲୁପ୍‌ ଲାଇନରେ ପଶିଲା।

ପୂର୍ବରୁ ଅପ୍‌ ଲୁପ୍‌ ଲାଇନ୍‌ରେ ଥିଲା ମାଲବାହୀ ଟ୍ରେନ। ଫଳରେ ଧକ୍କା ହୋଇଥିଲା। ମାଲବାହୀ ଟ୍ରେନ ସହ ଧକ୍କା ପରେ ଲାଇନ୍‌ ଚ୍ୟୁତ ହେଲ କରମଣ୍ଡଳ। ସେ ସମୟରେ ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ ବିପରୀତ ଦିଗରୁ ଆସୁଥିଲା । ଡାଉନ୍‌ ମେନ୍‌ ଲାଇନରେ ଆସୁଥିଲା ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସର ୨ଟି କୋଚ୍‌ ଲାଇନ୍‌ଚ୍ୟୁତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.